ଭୁବନେଶ୍ବର: ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା କମିଟି ବୈଠକକୁ ନେଇ ଅସନ୍ତୋଷ । ଅସନ୍ତୋଷ ବ୍ୟକ୍ତ କରିଛନ୍ତି କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ର । ପୂର୍ବ ବୈଠକରେ ଦିଆଯାଇଥିବା ପ୍ରସ୍ତାବ କାର୍ଯ୍ୟକାରୀ ହେଉନଥିବା ନେଇ କ୍ଷୋଭ ପ୍ରକାଶ କରିଛନ୍ତି ନରସିଂହ । ମୁଖ୍ୟମନ୍ତ୍ରୀ ସ୍ତୁତି ଗାନ ବିପର୍ଯ୍ୟୟ ପରିଚାଳନା ବୈଠକର ଉଦ୍ଦେଶ୍ୟ ବୋଲି କହି କଟାକ୍ଷ କରିଛନ୍ତି ନରସିଂହ ମିଶ୍ର ।
ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପରିଚାଳନା ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ସରକାରୀ ବ୍ୟବସ୍ଥାକୁ ନେଇ ଅସନ୍ତୋଷ ପ୍ରକାଶ କଲେ ନରସିଂହ । ସେ କହିଛନ୍ତି ଯେ, ଚିରାଚରିତ ଢଙ୍ଗରେ ବର୍ଷକୁ ଥରେ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସୁଛି ବୈଠକ । ପୂର୍ବ ବୈଠକରେ ଯାହା ପ୍ରସ୍ତାବ ଦେଇଥିଲି ତାହାର ଉତ୍ତର ମିଳିନାହିଁ । ଦୁର୍ନୀତି ଅଭିଯୋଗର ତଦନ୍ତ ହୋଇନାହିଁ । ତାହାଲେ ଏହି ବୈଠକର ଆବଶ୍ୟକତା କଣ ବୋଲି ନରସିଂହ ପ୍ରଶ୍ନ କରିଛନ୍ତି । ମୁଖ୍ୟ ବିରୋଧୀ ଦଳ ବିଜେପିର ବିଧାୟକ ମୁଖ୍ୟମନ୍ତ୍ରୀଙ୍କର ପ୍ରଶଂସା କରୁଛନ୍ତି ।