ଓଡିଶା

odisha

By

Published : Feb 27, 2021, 1:44 PM IST

ETV Bharat / city

ରାଜ୍ୟରେ ଆଇନଶୃଙ୍ଖଳା ନାହିଁ, ଚାଲିଛି ଜଙ୍ଗଲରାଜ: ନରସିଂହ

ଆଇନଶୃଙ୍ଖଳାକୁ ନେଇ ଗୃହରେ ସରକାରଙ୍କୁ ଘେରିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଅଧିକ ପଢନ୍ତୁ...

ନରସିଂହ
ନରସିଂହ

ଭୁବନେଶ୍ବର: ରାଜ୍ୟରେ ନାହିଁ ଆଇନଶୃଙ୍ଖଳା । ଚାଲିଛି ଜଙ୍ଗଲରାଜ । ବଢୁଛି ସାଇବର କ୍ରାଇମ ଏପରି ଅନେକ ଅଭିଯୋଗ କରି ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ।

ଏହା ସହ ନାବାଳିକାଙ୍କ ଉପରେ ଅତ୍ୟାଚାର ବଢୁଛି । ଓଡିଶାର ସବୁ ସ୍ଥାନରେ ଡ୍ରଗ୍ସ ମାଫିଆ । ରାଜ୍ୟର ବେକାରୀ ବଢୁଥିବାରୁ ଏଭଳି ସ୍ଥିତି । ସେମାନଙ୍କର ଚିହ୍ନଟ ହେଉନି କି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ନରସିଂହ ମିଶ୍ର କହିଛନ୍ତି ।

ସେହିପରି ମନ୍ତ୍ରୀ ମାନେ ଅପରାଧରେ ସମ୍ପୃକ୍ତି ଥିବାର ଅଭିଯୋଗ ହେଉଛି । ଯଦି ତଦନ୍ତ ବେଳେ ମନ୍ତ୍ରୀଙ୍କ ବିରୋଧରେ ତଥ୍ୟ ପ୍ରମାଣ ମିଳିଲା ତାଙ୍କୁ ହଟାଯିବା ଦରକାର ବୋଲି ଆଇନଶୃଙ୍ଖଳା ସମ୍ପର୍କିତ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଗୃହରେ କହିଛନ୍ତି ନରସିଂହ ମିଶ୍ର । ଏହା ସହ ଏସସି ଏସଟି ମାନଙ୍କ ଉପରେ ଅତ୍ୟାଚାର ବଢୁଥିବା କଥା ଉଠାଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ସେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details