ଭୁବନେଶ୍ବର:ବିଧାନସଭାରେ ଉଠିଲା ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗ। ଏହି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଜଳ ସମ୍ପଦ ବିଭାଗର ବିନା ଅନୁମୋଦନରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିବା ଅଭିଯୋଗ ଆଣିଛନ୍ତି ନରସିଂହ ମିଶ୍ର । କେନ୍ଦ୍ରାପଡ଼ା ଭାରିଗଦାରେ ଏହି ପ୍ରକଳ୍ପକ ବିରୋଧରେ ଆନ୍ଦୋଳନ ଜାରି ରହିଛି। ସେଠାରେ ପୋଲିସ ଲଗାଇ ଯେଉଁଭଳି ପ୍ରକଳ୍ପ ଚାଲିଛି ତାହା ତାଲିବାନୀ ଶାସନଠୁ କମ୍ ନୁହେଁ ବୋଲି ଅଭିଯୋଗ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ।
Odisha Assembly: ଖରସ୍ରୋତା ପ୍ରସଙ୍ଗ ନେଇ ଘେରିଲେ ନରସିଂହ, ଜବାବ ଦେଲେ ପ୍ରତାବ ଦେବ - ଓଡ଼ିଶା ବିଧାନସଭା ଖବର
ଖରସ୍ରୋତା ଆନ୍ଦୋଳନ ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ଏହାକୁ ନେଇ ଜବାବ ରଖିଲେ ଆଳି ବିଧାୟକ ପ୍ରତାପ ଦେବ । ଅଧିକ ପଢ଼ନ୍ତୁ...
![Odisha Assembly: ଖରସ୍ରୋତା ପ୍ରସଙ୍ଗ ନେଇ ଘେରିଲେ ନରସିଂହ, ଜବାବ ଦେଲେ ପ୍ରତାବ ଦେବ Odisha Assembly: ଖରସ୍ରୋତା ପ୍ରସଙ୍ଗକୁନେଇ ନରସିଂହ ମିଶ୍ରଙ୍କ ଟାର୍ଗେଟ, ଜବାବ ଦେଲେ ପ୍ରତାବ ଦେବ](https://etvbharatimages.akamaized.net/etvbharat/prod-images/768-512-12994595-thumbnail-3x2-kharasrota.jpg)
Odisha Assembly: ଖରସ୍ରୋତା ପ୍ରସଙ୍ଗକୁନେଇ ନରସିଂହ ମିଶ୍ରଙ୍କ ଟାର୍ଗେଟ, ଜବାବ ଦେଲେ ପ୍ରତାବ ଦେବ
କଂଗ୍ରେସ ବିଧାୟକ ଦଳ ନେତାଙ୍କ ଏଭଳି ସଙ୍ଗୀନ ଅଭିଯୋଗ ପରେ ଗୃହରେ ଜବାବ ରଖିଲେ ଆଳି ବିଧାୟକ ପ୍ରତାପ ଦେବ। ଖରସ୍ରୋତା ପ୍ରକଳ୍ପକୁ ଜଳ ସମ୍ପଦ ବିଭାଗର ଅନୁମୋଦନ ରହିଛି। ପୋଲିସ କିଛି ବି ଭୁଲ କରିନି। ପ୍ରକଳ୍ପ ସମ୍ପର୍କରେ ବିଭ୍ରାନ୍ତିକର ତଥ୍ୟ ରଖି ଆନ୍ଦୋଳନ କରାଯାଉଛି ବୋଲି ପାଲଟା ଅଭିଯୋଗ ଆଣିଛନ୍ତି ଆଳି ବିଧାୟକ। ରାଜ୍ୟ ସରକାର ବର୍ତ୍ତମାନ ଘରେ ଘରେ ପାଣି ପହଞ୍ଚାଇବା ପାଇଁ ଉଦ୍ୟମ କରୁଛନ୍ତି । ଏହି କ୍ରମରେ ଏହି ବହୁମୁଖୀ ଯୋଜନା ଆରମ୍ଭ ହୋଇଛି ବୋଲି ଉତ୍ତର ରଖିଛନ୍ତି ପ୍ରତାପ ଦେବ ।
ଭୁବନେଶ୍ବରରୁ ରୁଦ୍ର ନାରାୟଣ ଦାସ ଓ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ