ଓଡିଶା

odisha

ETV Bharat / city

ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ - university amendment act

ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି ଛାତ୍ର କଂଗ୍ରେସର 9ଜଣିଆ ଟିମ ସୋମବାର ରାଜ୍ୟପାଳଙ୍କୁ ଏକ ସ୍ମାରକୀପତ୍ର ପ୍ରଦାନ କରିଛନ୍ତି ।

ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି  ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ
ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

By

Published : Sep 21, 2020, 1:52 PM IST

ଭୁବନେଶ୍ବର: ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି ଛାତ୍ର କଂଗ୍ରେସର 9ଜଣିଆ ଟିମ ସୋମବାର ରାଜ୍ୟପାଳଙ୍କୁ ଏକ ସ୍ମାରକୀପତ୍ର ପ୍ରଦାନ କରିଛନ୍ତି । ରାଜ୍ୟ ସରକାର ତରବରିଆ ଭାବେ ବିଶ୍ବବିଦ୍ୟାଳୟ ଆଇନକୁ ରାଜ୍ୟରେ ଲାଗୁ କରିଛନ୍ତି । ଏହାର ବିରୋଧରେ ଆଗାମୀ ଦିନରେ ନ୍ୟାୟାଳୟର ଆଶ୍ରୟ ନେବୁ ବୋଲି ଯୁବ କଂଗ୍ରେସ ନେତା ମନୋଜ ବିଶ୍ଵାଳ କହିଛନ୍ତି ।

ବିଶ୍ବବିଦ୍ୟାଳୟ ସଂଶୋଧନ ଆଇନକୁ ବିରୋଧ କରି ରାଜ୍ୟପାଳଙ୍କୁ ଭେଟିଲା କଂଗ୍ରେସ

ଆହୁରି ମଧ୍ୟ ସେ କହିଛନ୍ତି ଯେ,ଅଧ୍ୟାଦେଶ ବଳରେ ସରକାର ସ୍ବାଧୀନତା ଦେବା ବଦଳରେ ସ୍ବାଧୀନତା ଛଡ଼ାଇବାକୁ ବସିଛନ୍ତି। ବିଶ୍ବବିଦ୍ୟାଳୟ ମଣିଷ ତିଆରି କାରଖାନା। ଏହାକୁ ସରକାର ଆମଲାତନ୍ତ୍ର ହାତକୁ ଟେକିଦେବାକୁ ଚାହୁଁଛନ୍ତି। କୁଳପତି ପଦକୁ ସଖିକଣ୍ଢେଇ କରିବାକୁ ନଚେଇବାକୁ ଚାହୁଁଛନ୍ତି। ଅଧ୍ୟାଦେଶ ବିରୋଧରେ ଆମେ ରାଜରାସ୍ତାକୁ ଯାଇଥିଲୁ, ଏହାକୁ ରଦ୍ଦ କରାନଗଲେ ଆମେ ଆଇନର ଆଶ୍ରୟ ନେବୁ। ରାଜ୍ୟପାଳଙ୍କୁ ଏନେଇ ଆମେ ମେମୋରାଣ୍ଡମ ଦେଉଛୁ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details