ଓଡିଶା

odisha

ETV Bharat / city

କଂଗ୍ରେସ ଭବନରେ ବିଜେପୁର ମନ୍ଥନ - ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ

କଂଗ୍ରେସ ଭବନରେ ଚାଲିଛି ବିଜେପୁର ମନ୍ଥନ। କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଦଳ କାହାକୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବ ସେନେଇ ଚାଲିଛି ଆଲୋଚନା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Sep 24, 2019, 12:40 PM IST

Updated : Sep 24, 2019, 1:04 PM IST

ଭୁବନେଶ୍ବର: କଂଗ୍ରେସ ଭବନରେ ଚାଲିଛି ବିଜେପୁର ମନ୍ଥନ । କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଚାଲିଛି ବୈଠକ । ଦଳ କାହାକୁ ବିଜେପୁର ଉପନିର୍ବାଚନ ପାଇଁ ପ୍ରାର୍ଥୀ କରିବ ସେନେଇ ଚାଲିଛି ଆଲୋଚନା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପୂର୍ବରୁ ତାଙ୍କ ଅଧ୍ୟକ୍ଷତାରେ ବିଜେପୁରରେ କିଏ ପ୍ରାର୍ଥୀ ହେବ ସେନେଇ ତିନି ଥର ଦଳୀୟ ବୈଠକ ସରିଛି । ତେବେ କମିଟିର ସୁପାରିଶ ଆଧାରରେ ଦଳ ସେଠାରେ ପ୍ରାର୍ଥୀ ଦେବ। ଏପଟେ ସାଧରଣ ନିର୍ବାଚନ ପ୍ରାର୍ଥୀ ହୋଇଥିବା ପୂର୍ବତନ ମନ୍ତ୍ରୀ ରିପୁନାଥ ସେଠ୍‌ ନଚେତ ତାଙ୍କ ପୁଅ ଅଭିଷେକ ସେଠ୍‌ ମଇଦାନକୁ ଓହ୍ଲାଇବେ ବୋଲି ଚର୍ଚ୍ଚା ଚାଲିଛି । ପୂର୍ବରୁ ବିଜେପୁର କଂଗ୍ରେସର ଗଡ ଥିବାବେଳେ ପୂର୍ବତନ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରଠୁ ଏହା ବିଜେଡି ଗଡରେ ପରିଣତ ହୋଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Sep 24, 2019, 1:04 PM IST

ABOUT THE AUTHOR

...view details