ଓଡିଶା

odisha

Journalist attack: ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ ବର୍ଷିଲା କଂଗ୍ରେସ

By

Published : Feb 21, 2022, 1:56 PM IST

ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଅମାନୁଷିକ ଆକ୍ରମଣ ଘଟଣାକୁ ଦୃଢ ନିନ୍ଦା କଲେ ପୂର୍ବତନ ମନ୍ତ୍ରୀ ତଥା ଓଡିଶା ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା । ଅଧିକ ପଢନ୍ତୁ

Journalist attack : ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନେଇ ବର୍ଷିଲା କଂଗ୍ରେସ
Journalist attack : ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନେଇ ବର୍ଷିଲା କଂଗ୍ରେସ

ଭୁବନେଶ୍ବର: ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକଙ୍କ ଉପରେ ଅମାନୁଷିକ ଆକ୍ରମଣକୁ ଦୃଢ ନିନ୍ଦା କଲେ ପୂର୍ବତନ ମନ୍ତ୍ରୀ ତଥା ଓଡିଶା ପିସିସି ଗଣମାଧ୍ୟମ ବିଭାଗର ଅଧ୍ୟକ୍ଷ ଗଣେଶ୍ୱର ବେହେରା। ଏହାସହ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଭଳି ଘଟଣାର ଯେପରି ପୁନରାବୃତି ନହେଉ ଏବଂ ଉତ୍ତେଜନାପୂର୍ଣ୍ଣ ବୁଥ ଗୁଡିକରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଉ ।

Journalist attack : ସାମ୍ବାଦିକଙ୍କ ଉପରେ ଆକ୍ରମଣକୁ ନେଇ ବର୍ଷିଲା କଂଗ୍ରେସ

ପ୍ରକାଶଯୋଗ୍ୟ, ଗତକାଲି(ରବିବାର) ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ମତଦାନ ଚାଲିଥିବା ସମୟରେ ଯାଜପୁର ଜିଲ୍ଲା ବିଞ୍ଝାରପୁରରେ ସାମ୍ବାଦିକଙ୍କୁ ଅମାନୁଷିକ ଆକ୍ରମଣ କରିଥିଲେ କିଛି ସ୍ଥାନୀୟ ଲୋକେ । ସେମାନଙ୍କୁ ଆକ୍ରମଣ କରିବା ସହିତ ମୋବାଇଲ, କ୍ୟାମେରା ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗି ଦେଇଥିଲେ ଆକ୍ରମଣକାରୀ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details