ଭୁବନେଶ୍ବର: DGPଙ୍କୁ ଭେଟିବା ପରେ କଂଗ୍ରେସ ବିଧାୟକ ଦଳର ପ୍ରତିକ୍ରିୟା । ମମିତା ମେହେର ହତ୍ୟା ମାମଲାରେ ପୋଲିସ ଘଟଣାକୁ ଚାପି ଦେବାକୁ ଉଦ୍ୟମ କରୁଥିବା କଂଗ୍ରେସର ଅଭିଯୋଗ । ମମିତା ପ୍ରସଙ୍ଗରେ SIT ତଦନ୍ତର ଆବଶ୍ୟକତା ରହିଛି । ପୋଲିସ ଷଡ଼ଯନ୍ତ୍ରର ଦଫା ଲଗାଇଛି ହେଲେ ଷଡଯନ୍ତ୍ର ଦିଗରେ କୌଣସି ତଦନ୍ତ ହୋଇନଥିବା ସେ କହିଛନ୍ତି ।
Congress Legislature Team Meet DGP: ମମିତା ମେହେର ହତ୍ୟାରେ SIT ତଦନ୍ତ ଦାବି - ମମିତା ମେହେର ହତ୍ୟା ମାମଲା
ମମିତା ମେହେର ହତ୍ୟା ମାମଲା ନେଇ DGPଙ୍କୁ ଭେଟିଲା କଂଗ୍ରେସ ବିଧାୟକ ଦଳ । ଅଧିକ ପଢନ୍ତୁ
Congress Legislature Team Meet DGP: ମମିତା ମେହେର ହତ୍ୟାରେ SIT ତଦନ୍ତ ଦାବି
ମହାଲିଙ୍ଗ କଲେଜ ମୁଖ୍ୟମନ୍ତ୍ରୀଙ୍କର ଅତିପ୍ରିୟ ବୋଲି କହୁଥିଲେ । ହେଲେ ତଦନ୍ତ ଦିଗରେ ଆଜି ପର୍ଯ୍ୟନ୍ତ ମୁଖ୍ୟ ଅଭିଯୁକ୍ତ ସାମ୍ନାକୁ ଆସିଲା ନାହିଁ । ଯେ ପର୍ଯ୍ୟନ୍ତ ମମିତାକୁ ନ୍ୟାୟ ନମିଳିଛି, ସେ ପର୍ଯ୍ୟନ୍ତ କଂଗ୍ରେସ ଦାବିରେ ଅଡି ବସିବ । ଏହାସହ ହାଇକୋର୍ଟଙ୍କ ତତ୍ତ୍ୱାବଧାନରେ ମମିତା ପ୍ରସଙ୍ଗରେ SIT ତଦନ୍ତ ପାଇଁ DGP ଅନୁରୋଧ କରନ୍ତୁ ବୋଲି କଂଗ୍ରେସ ବିଧାୟକ ଦଳ ପକ୍ଷରୁ ଦାବି ରଖାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ