ଓଡିଶା

odisha

‘ମହାସମୁଦ୍ର କଂଗ୍ରେସ, ଯେତେ ଯିବେ ସେତେ ଆସିବେ’

By

Published : Oct 22, 2021, 12:58 PM IST

Updated : Oct 22, 2021, 4:21 PM IST

ସମସ୍ତ ଚର୍ଚ୍ଚାର ଅନ୍ତ ଘଟାଇ ଶେଷରେ ହାତ ଛାଡିଛନ୍ତି କଂଗ୍ରେସର ଟାଣୁଆ ନେତା ପ୍ରଦୀପ ମାଝୀ । ସେ ଦଳ ଛାଡିବା ପରେ କଂଗ୍ରେସର ଅନେକ ନେତା ପ୍ରତିକ୍ରିୟା ରଖିବା ସହିତ ତାଙ୍କୁ 'ଧୋକାବାଜ୍‌' ବୋଲି କହିଛନ୍ତି । ଅଧିକ ପଢନ୍ତୁ...

କଂଗ୍ରେସ ଛାଡ଼ିଲେ ଦଳର ଟାଣୁଆ ନେତା ପ୍ରଦୀପ, ଏମିତି ପ୍ରତିକ୍ରିୟା ରଖିଲେ ଦଳୀୟ ନେତା
କଂଗ୍ରେସ ଛାଡ଼ିଲେ ଦଳର ଟାଣୁଆ ନେତା ପ୍ରଦୀପ, ଏମିତି ପ୍ରତିକ୍ରିୟା ରଖିଲେ ଦଳୀୟ ନେତା

ଭୁବନେଶ୍ବର: ପୂର୍ବରୁ ଚାଲିଥିବା ଚର୍ଚ୍ଚାର ଅନ୍ତ ଘଟିଛି । ଶେଷରେ ହାତ ଛାଡ଼ି ଦେଇଛନ୍ତି ପୂର୍ବତନ ପିସିସି ସଭାପତି ପ୍ରଦୀପ ମାଝୀ । ପ୍ରଦୀପ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଇସ୍ତଫା ପତ୍ର ଦେଇଛନ୍ତି । ଏହି ଖବର ଆସିବା ପରେ ଦଳୀୟ ନେତାମାନେ ପ୍ରଦୀପଙ୍କ ଉପରେ ବର୍ଷିଛନ୍ତି । ପ୍ରଦୀପ ଜଣେ ସ୍ବାର୍ଥବାଦୀ ଲୋକ ବୋଲି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ କହିଥିବା ବେଳେ ଏହା ବିଜେଡ଼ିର ଚତୁର ଗୋଟିଚାଳନା ବୋଲି କହିଛନ୍ତି କଂଗ୍ରେସର ମୁଖ୍ୟ ମୁଖପାତ୍ର ଗଣେଶ ବେହେରା ।

‘ମହାସମୁଦ୍ର କଂଗ୍ରେସ, ଯେତେ ଯିବେ ସେତେ ଆସିବେ’

ଏହା ବି ପଢନ୍ତୁ: ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ, କଂଗ୍ରେସ ଛାଡିଲେ ପ୍ରଦୀପ ମାଝୀ

ବରିଷ୍ଠ ନେତା ସୁରଙ୍କ ପ୍ରତିକ୍ରିୟା:-

ଏନେଇ ସୁର କହିଛନ୍ତି ଯେ କଂଗ୍ରେସ ତାଙ୍କୁ ସାଂସଦ କରିଛି ବିଭିନ୍ନ କମିଟିରେ ତାଙ୍କୁ ସ୍ଥାନ ଦେଇଛି। ଏଭଳି କାଯ୍ୟ ନିଶ୍ଟିନ୍ତ ରୂପରେ ଧୋକାବାଜ କାମ । ସ୍ବାର୍ଥ ପାଇଁ ପ୍ରଦୀପ ମାଝୀ ଦଳ ଛାଡିଛନ୍ତି । ନିଜର ସ୍ବାର୍ଥ ପାଇଁ ଯେଉଁମାନେ ଦଳ ଛାଡିବାକୁ ଚାହୁଁଛନ୍ତି ସେମାନେ ଦଳ ଛାଡିଦିଅନ୍ତୁ ବୋଲି ଗଣମାଧ୍ୟମ ଜରିଆରେ ସୁର କହିଛନ୍ତି । ଆଗରୁ ମଧ୍ୟ ବହୁ ନେତା ଦଳ ଛାଡିଛନ୍ତି ଦଳ ଉପରେ କିଛି ବି ପ୍ରଭାବ ପଡ଼ିନାହିଁ । ଏହାସହିତ ପ୍ରଦୀପଙ୍କ ଇସ୍ତଫା ଆଗକୁ ଆସୁଥିବା ପଞ୍ଚାୟତ ନିର୍ବାଚନ ଉପରେ ମଧ୍ୟ କିଛି ପ୍ରଭାବ ପଡିବ ନାହିଁ ବୋଲି ସୁର କହିଛନ୍ତି ।

ଗଣେଶ୍ବର ବେହେରାଙ୍କ ପ୍ରତିକ୍ରିୟା:-

ପ୍ରଦୀପ ମାଝୀଙ୍କ ଇସ୍ତଫା ବିଜେଡିର ଚତୁର ଗୋଟିଚାଳନା ବୋଲି ଅଭିଯୋଗ କଲା କଂଗ୍ରେସ । ମମିତା ମେହେର ହତ୍ୟା ଘଟଣାରେ ମନ୍ତ୍ରୀଙ୍କ ସମ୍ପୃକ୍ତି ଓ ରାଜ୍ୟବ୍ୟାପୀ ଆନ୍ଦୋଳନରୁ ନଜର ହଟେଇବା ପାଇଁ ଆଜିର ଦିନରେ ପ୍ରଦୀପ ମାଝୀଙ୍କୁ ଇସ୍ତଫା ଦେବାକୁ ବିଜେଡି଼ ଚାଲ ବୋଲି ଅଭିଯୋଗ କଲେ କଂଗ୍ରେସର ମୁଖ୍ୟ ମୁଖପାତ୍ର ଗଣେଶ୍ବର ବେହେରା ।

ତାରା ବାହିନୀପତିଙ୍କ ପ୍ରତିକ୍ରିୟା:-

କଂଗ୍ରେସ ନେତା ତାରା କହିଛନ୍ତି ଯେ ପ୍ରଦୀପଙ୍କୁ ଦଳରୁ ନିଲମ୍ବିତ କରାଯାଇଥାନ୍ତା । ତେବେ ଏହା ପୂର୍ବରୁ ସେ ଦଳ ଛାଡ଼ି ଦେଇଛନ୍ତି ।

ତେବେ ସୂଚନା ଥାଉ କି ଗତ କିଛି ଦିନ ପୂର୍ବରୁ ପ୍ରଦୀପ କଂଗ୍ରେସ ଛାଡିପାରନ୍ତି ବୋଲି ଚର୍ଚ୍ଚା ହେଉଥିଲା । କିନ୍ତୁ ଏହାକୁ ଖଣ୍ଡନ କରିଥିଲେ ପ୍ରଦୀପ । କଂଗ୍ରେସ ଛାଡିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ କହିଥିଲେ । କିନ୍ତୁ ବର୍ତ୍ତମାନ ଲୋକଙ୍କ ସେବା କରିବା ପାଇଁ କଂଗ୍ରେସ ସୁଯୋଗ ନାହିଁ ବୋଲି କାରଣ ଦର୍ଶାଇ ସେ ଦଳ ଛାଡ଼ିଛନ୍ତି । ତେବେ କଂଗ୍ରେସ ତାଙ୍କୁ ବିନା ଦାବିରେ ଅନେକ ସୁଯୋଗ ଦେଇଛି ବୋଲି ସେ ଇସ୍ତଫା ପତ୍ରରେ ଉଲ୍ଲେଖ କରିଛନ୍ତି ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

Last Updated : Oct 22, 2021, 4:21 PM IST

ABOUT THE AUTHOR

...view details