ଓଡିଶା

odisha

By

Published : Oct 6, 2021, 8:44 PM IST

ETV Bharat / city

ହୁ ହୁ ହୋଇ ବଢୁଛି ଦାରଦାମ, କେନ୍ଦ୍ର-ରାଜ୍ୟକୁ ଟାର୍ଗେଟ କଲେ ସୁର

ଦରଦାମ ବୃଦ୍ଧି ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ସୁର ରାଉତାରାୟଙ୍କ ଟାର୍ଗେଟ । କହିଲେ ମନମୁଖୀ ଶାସନ ପାଇଁ ବଢିଚାଲିଛି ବଜାର ଦର । ଅଧିକ ପଢନ୍ତୁ...

ବେଲଗାମ ଦାରଦାମ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ସୁର
ବେଲଗାମ ଦାରଦାମ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ସୁର

ଭୁବନେଶ୍ବର:ଦରଦାମ ବୃଦ୍ଧି ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଉପରେ ବର୍ଷିଲେ ବରିଷ୍ଠ କଂଗ୍ରେସ ନେତା ତଥା ଜଟଣୀ ବିଧାୟକ ସୁର ରାଉତରାୟ । କେନ୍ଦ୍ରର ମନୋମୁଖୀ ଶାସନ ଫଳରେ ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଅହେତୁକ ବୃଦ୍ଧି ହେବାରେ ଲାଗିଛି । ତେବେ କେନ୍ଦ୍ରର ଏପରି ନୀତି ସମୟରେ ରାଜ୍ୟ ସରକାର ମଧ୍ୟ ହାତ ଟେକି ଦେଇଥିବାରୁ ମହଙ୍ଗା ମାଡରେ ସାଧାରଣ ଲୋକ ଅତିଷ୍ଠ ହେଲେଣି ବୋଲି ସୁର କହିଛନ୍ତି।

ବେଲଗାମ ଦାରଦାମ ପ୍ରସଙ୍ଗରେ ଉଭୟ କେନ୍ଦ୍ର ଓ ରାଜ୍ୟ ଉପରେ ବର୍ଷିଲେ ସୁର

ଆହୁରି ମଧ୍ୟ ସୁର କହିଛନ୍ତି, 6 ଦିନରେ ଡିଜେଲ,ପେଟ୍ରୋଲ ଦର ମଧ୍ୟ 5 ଥର ବୃଦ୍ଧି ପାଇସାରିଲାଣି । ସେହିପରି ରନ୍ଧନ ଗ୍ୟାସ ସହ ବେଲଗାମ ତୈଳ ଦର ମଧ୍ୟରେ ହନ୍ତସନ୍ତ ହେଉଛନ୍ତି ଖାଉଟି । ଅନ୍ତଃରାଷ୍ଟ୍ରୀୟ ସ୍ତରରେ ତୈଳଦର ୨୦୧୪ ପରଠାରୁ ବଢିକି ରହୁଛି । ଖାଲି ତୈଳଦର ନୁହେଁ ଖାଉଟି ସାମଗ୍ରୀ ଡାଲି, ପନିପରିବା ମାର୍କେଟରେ ମଧ୍ୟ ନିଆଁ ଲାଗିବା ପରି ସ୍ଥିତି । ଏଭଳି ସମୟରେ ସାଧାରଣ ଲୋକଙ୍କ ଦୁଃଖ କଥା କେହି ବୁଝୁ ନଥିବା ଅଭିଯୋଗ କରି ଉଭୟ ସରକାରଙ୍କ ଉପରେ ବର୍ଷିଛନ୍ତି ସୁର ରାଉତରାୟ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details