ଓଡିଶା

odisha

ETV Bharat / city

ପିପିଲି ଉପନିର୍ବାଚନରେ କଂଗ୍ରେସର ପରାଜୟ ନେଇ ମୁହଁ ଖୋଲିଲେ ସୁର - Pipili By election

ପିପିଲି ଉପନିର୍ବାଚନରେ ନୈରାଶ୍ୟଜନକ ପ୍ରଦର୍ଶନ କରିଛି କଂଗ୍ରେସ ଦଳ । ଆଉ ଏନେଇ ଦଳୀୟ ଆଲୋଚନା ପରେ ନିଷ୍କର୍ସ ବାହାରିବ ବେଲି ସୂଚନା ଦେଲେ ଜଟଣୀ ବିଧାୟକ ସୁରେଶ ରାଉତରାୟ । ଅଧିକ ପଢନ୍ତୁ...

ପିପିଲି ଉପନିର୍ବାଚନରେ କଂଗ୍ରେସର ପରାଜୟ ନେଇ ମୁହଁ ଖୋଲିଲେ ସୁର
ପିପିଲି ଉପନିର୍ବାଚନରେ କଂଗ୍ରେସର ପରାଜୟ ନେଇ ମୁହଁ ଖୋଲିଲେ ସୁର

By

Published : Oct 4, 2021, 9:22 PM IST

ଭୁବନେଶ୍ବର:ପଞ୍ଚାୟତ ଓ ପୌର ନିର୍ବାଚନ ପୂର୍ବରୁ ପିପିଲି ଉପନିର୍ବାଚନରେ ଶାସକ ବିଜେଡି ଦଳର ବିଜୟ ଦଳ ପାଇଁ ସଞ୍ଜିବନୀ ଆଣିଥିବାବେଳେ ବିରୋଧୀଙ୍କୁ ଦେଇଛି ଶକ୍ତ ଧକ୍କା। ବିଜେପିର ହାଇ ଭୋଲ୍ଟେଜ ପ୍ରଚାର ପରେ ମଧ୍ୟ ଦଳର ହାର ଚିନ୍ତାରେ ପକାଇ ଥିବାବେଳେ କଂଗ୍ରେସର ଘୋର ବିପର୍ଯ୍ୟୟ ଏକ ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି । ତେବେ ଦଳରେ ନେତୃତ୍ୱ ପରିବର୍ତ୍ତନର ବିରୋଧାଭାସ ମଧ୍ୟ ଗୁଞ୍ଜରିତ ହେଉଛି ।

ପିପିଲି ଉପନିର୍ବାଚନରେ କଂଗ୍ରେସର ପରାଜୟ ନେଇ ମୁହଁ ଖୋଲିଲେ ସୁର
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଡିଜିଟାଲ ପ୍ରଚାର ଏବଂ ବିଜେଡିର ଫ୍ଲୋର ମ୍ୟାନେଜମେଣ୍ଟ ପାଇଁ ପଞ୍ଚାୟର ନିର୍ବାଚନ ପୂର୍ବରୁ ବଡ ଆଶ୍ବସ୍ତି ଆଣିଦେଇଛି । ଅନ୍ୟପକ୍ଷରେ ବିରୋଧୀ ବିଜେପିର କେନ୍ଦ୍ରମନ୍ତ୍ରୀଙ୍କ ପ୍ରଚାର ମଧ୍ୟ ଫିକା ପଡିଯାଇଛି । ବାପା ପ୍ରଦୀପ ମହାରଥୀଙ୍କ ୧୯ ନିର୍ବାଚନର ରେକର୍ଡ ଭାଙ୍ଗିଲେ ପୁଅ ଯୁବରାଜ ରୁଦ୍ର ମହାରଥୀ । ସେପଟେ କଂଗ୍ରେସ ସ୍ଥିତି ସେମିତିରେ ବି ପୂର୍ବରୁ ଦୁର୍ବଳ ଥିଲା, ଶାସକ ଓ ବିଜେପି ଅର୍ଥ ଲୋଭ ଦେଖେଇ ଭୋଟ କିଣିଲେ, ଗଣତନ୍ତ୍ରରେ ଏଭଳି ନିର୍ବାଚନ ପରିଚାଳନା ବଡ ଭୟଙ୍କର, ଫଳରେ ଆମେ ପଛରେ ପଡ଼ିଗଲୁ । କାହିଁକି ଏପରି ଦଳର ପ୍ରଦର୍ଶନ ନୈରାଶ୍ୟଜନକ ହୋଇଛି ସେନେଇ ମଧ୍ୟ ଆଲୋଚନା ହେବ ବେଲି ସୂଚନା ଦେଇଛନ୍ତି କଂଗ୍ରେସର ବରିଷ୍ଠ ନେତା ସୁରେଶ ରାଉତରାୟ ।



ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details