ଭୁବନେଶ୍ବର:ରାଜଧାନୀରେ କାୟା ମେଲାଉଛି ଡେଙ୍ଗୁ । ଦିନକୁ ଦିନ ବୃଦ୍ଧି ପାଉଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଭୁବନେଶ୍ବରର ଅପରିଷ୍କାର ପରିବେଶ ଯୋଗୁଁ ଏହିପରି ଭାବେ ରୋଗ ବ୍ୟାପୁଛି । ଏନେଇ BMC ଉପରେ ବର୍ଷିଛନ୍ତି କଂଗ୍ରେସ ନେତା ସୁର ରାଉତରାୟ ।
ରାଜଧାନୀରେ ଡେଙ୍ଗୁ ସ୍ଥିତି ନେଇ BMC ଉପରେ ବର୍ଷିଲେ ସୁର
ଭୁବନେଶ୍ୱରରେ ଦିନକୁ ଦିନ ମାଡି ଚାଲିଛି ଡେଙ୍ଗୁ । ଏ ଦିଗରେ BMCର କାର୍ଯ୍ୟକାରିତା ନେଇ ପ୍ରଶ୍ନ କଲେ କଂଗ୍ରେସ ନେତା ସୁର ରାଉତରାୟ । ଅଧିକ ପଢନ୍ତୁ...
ରାଜଧାନୀର ନାଳ ନର୍ଦ୍ଦମା ସଫା ହେଉନାହିଁ । ମଶା ଧୂଆଁ ଗାଡ଼ି ବୁଲୁ ନାହିଁ । ଗଙ୍ଗୁଆ ନାଳରେ କୁଢ କୁଢ ଆବର୍ଜନା ଜମା ରହିଛି । ଗଙ୍ଗୁଆର ପଚା ପାଣିର ଗନ୍ଧ ସ୍ଥାନୀୟବାସୀଙ୍କୁ ଅସ୍ତବ୍ୟସ୍ତ କରୁଛି । ଏହିଭଳି ଅପରିଷ୍କାର ସ୍ଥିତି ନେଇ ଭୁବନେଶ୍ବରରେ ରୋଗ ମାଡୁଛି । ଏପରିସ୍ଥଳେ ସ୍ମାର୍ଟସିଟି ଓ ଭୁବନେଶ୍ୱର ମହାନଗର ନିଗମ କଣ କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । କୋଟି କୋଟି ଟଙ୍କା ସରକାର ଏଥିପାଇଁ ଖର୍ଚ୍ଚ କରୁଛନ୍ତି ହେଲେ ସ୍ମାର୍ଟସିଟି ଭୁବନେଶ୍ୱର ଏପରି କାହିଁକି ଅବ୍ୟବସ୍ଥିତ ହୋଇ ପଡିଛି ବୋଲି ସେ ପଚାରିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ