ଓଡିଶା

odisha

By

Published : Sep 6, 2022, 4:01 PM IST

ETV Bharat / city

ନବୀନଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା, କଟାକ୍ଷ କଲେ ସୁର

ମୁଖ୍ୟମନ୍ତ୍ରୀ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ଦଳ ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ (Congress leader Sura Routray targets Naveen ) । ଅଧିକ ପଢ଼ନ୍ତୁ

Congress leader Sura Routray targets Naveen on grand welcome by BJD
ନବୀନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା, କଟାକ୍ଷ କଲେ ସୁର

ଭୁବନେଶ୍ବର: ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଥିଲା । ଏହାପରେ ଆଜି (ଅଗଷ୍ଟ ୬) ମୁଖ୍ୟମନ୍ତ୍ରୀ ରାଜ୍ୟକୁ ପ୍ରତ୍ୟାବର୍ତ୍ତନ କରିଥିବା ବେଳେ ବିଜେଡି ପକ୍ଷରୁ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହାକୁ ନେଇ ବିରୋଧୀ କଂଗ୍ରେସ ଶାସକ ଦଳକୁ ଟାର୍ଗେଟ କରିଛି । ଏହାକୁ ଏକ ଡ୍ରାମବାଜୀ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ (Congress leader Sura Routray targets Naveen ) ।

ନବୀନଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା, କଟାକ୍ଷ କଲେ ସୁର

ଦିଲ୍ଲୀର କ୍ୟାପିଟାଲ ଫାଉଣ୍ଡେସନ ପକ୍ଷରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲାଇଫ ଟାଇମ୍‌ ଆଚିଭମେଣ୍ଟ ଆୱାର୍ଡ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ସ୍ବାଗତ ପାଇଁ ବିମାନ ବନ୍ଦରରେ ବିଜେଡିର ବରିଷ୍ଠ ନେତା ଓ ବିଧାୟକ ଉପସ୍ଥିତ ରହିଥିଲେ । ତେବେ ଏହାକୁ ସହଜରେ ଗ୍ରହଣ କରି ପାରିନାହାନ୍ତି ବିରୋଧୀ ।

ଏହା ବି ପଢ଼ନ୍ତୁଦିଲ୍ଲୀରୁ ଫେରିଲେ ମୁଖ୍ୟମନ୍ତ୍ରୀ, ବିମାନବନ୍ଦରରେ ଭବ୍ୟ ସ୍ବାଗତ

କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, "ନବୀନ ବାବୁଙ୍କ ଏହା ଏକ କର୍ମୀ ସମ୍ମିଳନୀ । ଏ ସବୁ ସାଧାରଣ ପୁରସ୍କାର । ଗାଁ ଗାଁରୁ ଲୋକଙ୍କୁ ଅଣା ଯାଇଛି ଖୁଆଇ ପିଆଇ ଛାଡ଼ିବେ । ଆମେ କଂଗ୍ରେସ ଦଳ ଆଣୁ, ବିଜେପି ଆଣେ । ଏହାର ଅସ୍ତିତ୍ବ କିଛି ନାହିଁ । କର୍ମୀଙ୍କୁ ଏକାଠି କରି ଶକ୍ତି ପଦର୍ଶନ କରାଯାଉଛି । ୨୦୨୪ ନିର୍ବାଚନ ପାଇଁ ଏହାଏକ ପ୍ରାୟୋଜିତ କାର୍ଯ୍ୟକ୍ରମ ।"

ଭୁବନେଶ୍ବର ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସ୍ବାଗତ ପାଇଁ ବିଜେଡି ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା। ବିଭିନ୍ନ ନିର୍ବଚନା ମଣ୍ଡଳରୁ ହଜାର ହଜାର କର୍ମୀ ସ୍ବାଗତ ସମ୍ବର୍ଦ୍ଧ୍ବନା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଦଳୀୟ ନେତାମାନେ ସ୍ବାଗତ କରିବାକୁ ବିମାନ ବନ୍ଦରରେ ଉପସ୍ଥିତ ଥିଲେ । ପାରମ୍ପରିକ ନୃତ୍ୟ,ଗୀତ ଓ ବାଦ୍ୟରେ ମୁଖ୍ୟମନ୍ତ୍ରୀଙ୍କୁ ପାଛେଟି ଆଣିଥିଲେ ।

ମୁଖ୍ୟମନ୍ତ୍ରୀଙ୍କୁ ସ୍ବାଗତ କରିବା ନେଇ ସଭିଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା । ବିମାନ ବନ୍ଦରରୁ ନବୀନ ନିବାସ ଯାଏ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ଏଥିପାଇଁ ରାଜଧାନୀରେ 40 ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ ।

ସେପ୍ଟେମ୍ବର 4 ତାରିଖରେ ସ୍ବେଚ୍ଛାସେବୀ ସଂଗଠନ କ୍ୟାପିଟାଲ ଫାଉଣ୍ଡେସନ ସୋସାଇଟି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ମାନିତ କରିଛି । ନୂଆଦିଲ୍ଲୀ ସ୍ଥିତ ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟରରେ ଆୟୋଜିତ କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ବିଚାରପତି ଏନ.ଭି ରମଣା ଏହି ସମ୍ମାନ ପ୍ରଦାନ କରିଥିଲେ ।

ABOUT THE AUTHOR

...view details