ଭୁବନେଶ୍ବର: ମାହାଙ୍ଗା ଡବଲ ମର୍ଡର ଘଟଣାରେ ମନ୍ତ୍ରୀ ପ୍ରତାପ ଜେନାଙ୍କ ନାମକୁ ପୁନଃବିଚାରକୁ ନେଇ ଆଉ ଥରେ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସାଲେପୁର JMFC କୋର୍ଟ । ଯାହାକୁ ନେଇ ତେଜିଛି ରାଜନୀତି । ଗୋଟିଏ ପଟେ ବିରୋଧୀ ରାଜଧାନୀରେ ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିବାବଳେ ଅନ୍ୟପଟେ ମାମଲାରେ ସଠିକ୍ ନ୍ୟାୟିକ ତଦନ୍ତ ଦାବି କରିଛି କଂଗ୍ରେସ ।
ଆଇନ ମନ୍ତ୍ରୀ ପ୍ରତାପ ଜେନା ଇସ୍ତଫା ନ ଦେଲେ ତଦନ୍ତ ବାଟବଣା ହେବାର ସମ୍ଭାବନା ରହିଛି । ରିପୋର୍ଟ ନ ଆସିଲା ପର୍ଯ୍ୟନ୍ତ କିଛି କହିବା ଠିକ ହେବନି । ସରକାର ଘଟଣାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରନ୍ତୁ ଏବଂ ସ୍ବଚ୍ଛତା ରଖନ୍ତୁ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଏଥିସହ ଯିଏ ଦୋଷ କରିଥିବ ସିଏ ନିଶ୍ଚିତ ଦଣ୍ଡ ପାଇବ ବୋଲି ସୁର କହିଛନ୍ତି ।