ଭୁବନେଶ୍ବର:କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ଶିକ୍ଷୟିତ୍ରୀ ମମିତା ମେହେର ଅପହରଣ ଓ ହତ୍ୟା ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ । ଏପରି ଅଭାବନୀୟ ଓ ସମ୍ବେଦନଶୀଳ ଘଟଣାରେ କେବଳ CBI ତଦନ୍ତ ହେବା ଆବଶ୍ୟକ । ଜଣେ ନିରୀହ ଝିଅର ଜୀବନ ଯେଭଳି କଷ୍ଟରେ ଯାଇଛି, ତାହା ଅତ୍ୟନ୍ତ ଦୁଃଖଦାୟକ। ଏଭଳି ସମ୍ବେଦନଶୀଳ ଘଟଣାର CBI ତଦନ୍ତ କରାଯାଇ ପ୍ରକୃତ ଦୋଷୀ ପ୍ରତି କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ଦାବି କରିଛନ୍ତି ସୁର ।
ଏହାସହ ସେ ଆହୁରି କହିଛନ୍ତି ଯେ ଯଦି ମନ୍ତ୍ରୀଙ୍କ ସମ୍ପୃକ୍ତି ରହିଛି, ତାହାହେଲେ ତାଙ୍କୁ ତୁରନ୍ତ ବହିଷ୍କାର କରିବା ସହ ଗିରଫ କରିବା ଆବଶ୍ୟକ । ଯଦି କଂଗ୍ରେସ ପକ୍ଷରୁ ଆନ୍ଦୋଳନକୁ ବ୍ୟାପକ କରାଯାଇ ନଥାନ୍ତା, ତାହାହେଲେ ଅଭିଯୁକ୍ତ ଗୋବିନ୍ଦ ସାହୁ ଧରାପଡ଼ି ନଥାନ୍ତା। କଂଗ୍ରେସର ଘେରାଉ ଓ ଅଣ୍ଡାମାଡ଼ର ପ୍ରଭାବ ପଡିଛି ବୋଲି କହିଛନ୍ତି ସୁର ।