ଓଡିଶା

odisha

ETV Bharat / city

TOKYO OLYMPICS: ଖେଳାଳି ରୂପରେ ସୁର, ମହିଳା ହକି ଦଳକୁ କଲେ ପ୍ରଶଂସା - ମହିଳା ହକି ଦଳ

ଭିନ୍ନ ରୂପରେ କଂଗ୍ରେସ ବିଧାୟକ ସୁର ରାଉତରାୟ । ଦେହରେ ହକି ଖେଳାଳିଙ୍କ ଜର୍ସି, ହାତରେ ହକି ଷ୍ଟିକ । ଅବିକଳ ହକି ଖେଳାଳୀଙ୍କ ପରି ଦେଖାଯାଉଛନ୍ତି ସୁର । ଅଧିକ ପଢନ୍ତୁ...

TOKYO OLYMPICS: ଖେଳାଳି ରୂପରେ ସୁର, ମହିଳା ହକି ଦଳକୁ କଲେ ପ୍ରଶଂସା
TOKYO OLYMPICS: ଖେଳାଳି ରୂପରେ ସୁର, ମହିଳା ହକି ଦଳକୁ କଲେ ପ୍ରଶଂସା

By

Published : Aug 2, 2021, 2:43 PM IST

ଭୁବନେଶ୍ବର: ଟୋକିଓ ଅଲମ୍ପିକ୍ସକୁ ନେଇ ଭିନ୍ନ ରୂପରେ ନଜର ଆସିଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ସୁର ରାଉତରାୟ । ସେ ଖେଳାଳି ରୂପରେ ଆସି ଭାରତୀୟ ମହିଳା ହକି ଦଳକୁ ପ୍ରଶଂସା କରିଛନ୍ତି । ମହିଳା ହକି ଦଳ ପ୍ରତିଯୋଗିତାରେ ସେମିଫାଇନାଲରେ ପ୍ରବେଶ କରିବା ପରେ ତାଙ୍କୁ ଉତ୍ସାହିତ କରିବା ପାଇଁ ଏହି ରୂପ ଧାରଣ କରିଛନ୍ତି ସୁର ।

TOKYO OLYMPICS: ଖେଳାଳି ରୂପରେ ସୁର, ମହିଳା ହକି ଦଳକୁ କଲେ ପ୍ରଶଂସା

ମହିଳା ହକିଦଳକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୁଭେଚ୍ଛା ଜଣାଇଥିଲେ । ତେବେ ନବୀନଙ୍କୁ ଟପି ଯାଇଛନ୍ତି ସୁର । ଦେହରେ ହକି ଖେଳାଳିଙ୍କ ଜର୍ସି ଓ ହାତରେ ହକି ଷ୍ଟିକ । ଅବିକଳ ହକି ଖେଳାଳୀଙ୍କ ଅନ୍ଦାଜରେ ନଜର ଆସିଛନ୍ତି ସୁର । ଭାରତୀୟ ମହିଳା ହକି ଖେଳାଳୀଙ୍କୁ ପ୍ରତିଯୋଗିତାରେ ଉତ୍ସାହିତ କରିବା ପାଇଁ ଏଭଳି ଏକ ଭିନ୍ନ ରୂପ ଧାରଣ କରିଛନ୍ତି ସୁର। ଖାଲି ମୁଖ୍ୟମନ୍ତ୍ରୀ ନବୀନ ନୁହଁନ୍ତି ସେ ମଧ୍ୟ ହକିକୁ ଭଲ ପାଆନ୍ତି ବୋଲି କହିଛନ୍ତି । କ୍ରୀଡ଼ାମନ୍ତ୍ରୀ ଥିବା ବେଳେ ହକିର ଦୁର୍ଗ କୁହାଯାଉଥିବା ସୁନ୍ଦରଗଡ଼ରେ ଷ୍ଟାଡିୟମ ଆରମ୍ଭ କରିଥିଲେ ବୋଲି ସେ କହିଛନ୍ତି ।

ସୂଚନା ଥାଉ କି ପୁରୁଷ ଦଳ ୪୧ ବର୍ଷ ପରେ ସେମି ଫାଇନାଲରେ ପ୍ରବେଶ କରିଥିବା ବେଳେ ପଛରେ ରହିନାହିଁ ମହିଳା ଦଳ । ମହିଳା ଦଳ ମଧ୍ୟ ଇତିହାସ ସୃଷ୍ଟି କରିଛି । ପ୍ରଥମ ଥର ପାଇଁ ସେମି ଫାଇନାଲରେ ପ୍ରବେଶ କରିଛି ମହିଳା ଦଳ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ହକି ଦଳକୁ ଅଭିନନ୍ଦନ ଜଣାଇଛନ୍ତି । ବର୍ତ୍ତମାନ ଭାରତୀୟ ପୁରୁଷ ଦଳ ବେଲଜିୟମକୁ ଭେଟିବାକୁ ଯାଉଥିବା ବେଳେ ମହିଳା ହକି ଦଳ ଆର୍ଜେଣ୍ଟିନାକୁ ଭେଟିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details