ଓଡିଶା

odisha

ETV Bharat / city

'କଂଗ୍ରେସକୁ ବିକୁଥିଲେ ପ୍ରଦୀପ ମାଝୀ' - ପ୍ରଦୀପ ମାଝୀ

କଂଗ୍ରେସରୁ ଇସ୍ତଫା ଦେଇଛନ୍ତି ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ। ସେ କଂଗ୍ରେସ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ମିଡିଆ ସେଲ ଆବାହକ ସତ୍ୟ ପ୍ରକାଶ ନାୟକ ଓ କଂଗ୍ରେସ ନେତା ମାନସ ଚୌଧୁରୀ। ଅଧିକ ପଢନ୍ତୁ ...

congress leader reaction after resign of congress leader Pradeep Majhi
କଂଗ୍ରେସ ଦଳକୁ ବିକୁଥିଲେ ପ୍ରଦୀପ ମାଝୀ

By

Published : Oct 22, 2021, 6:27 PM IST

ଭୁବନେଶ୍ବର: କଂଗ୍ରେସ ଛାଡିଛନ୍ତି ପୂର୍ବତନ ସାଂସଦ ତଥା ରାଜ୍ୟ କଂଗ୍ରେସର କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀ । ଆଜି ନିଜର ଇସ୍ତଫା ପତ୍ର କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧୀଙ୍କୁ ସେ ପଠାଇଛନ୍ତି । ଦକ୍ଷିଣ ଓଡିଶାର ଏହି ଟାଣୁଆ କଂଗ୍ରେସ ନେତା ପ୍ରଦୀପ ମାଝୀ କଂଗ୍ରେସ ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ମିଡିଆ ସେଲ ଆବାହକ ସତ୍ୟ ପ୍ରକାଶ ନାୟକ ଓ କଂଗ୍ରେସ ନେତା ମାନସ ଚୌଧୁରୀ।

କଂଗ୍ରେସ ଦଳକୁ ବିକୁଥିଲେ ପ୍ରଦୀପ ମାଝୀ

କଂଗ୍ରେସ ନେତା ମାନସ ଚୌଧୁରୀ କହିଛନ୍ତି ଯେ ‘କଂଗ୍ରେସ ପ୍ରଦୀପ ମାଝୀଙ୍କୁ ପରିଚୟ ଦେଇଥିଲା କିନ୍ତୁ ସେ ଦଳକୁ ବିକୁଥିଲେ । ସେ ଦଳ ପାଇଁ ଦୁଇ ବର୍ଷହେବ କିଛି ନଥିଲେ ତେଣୁ ତାଙ୍କ ଯିବାରେ କଂଗ୍ରେସର କିଛି କ୍ଷତି ହେବନାହିଁ । ଦୂର ପାହାଡ ସୁନ୍ଦର ଦେଖି ଯେଉଁ ଦଳକୁ ଗୋଇଠା ମାରି ଯାଇଛନ୍ତି ସେଇଠି ତାଙ୍କୁ ସମ୍ମାନ ମିଳୁ’ ।

ଦିନେ ଦକ୍ଷିଣ ଓଡିଶା ଓ ପଶ୍ଚିମ ଓଡିଶା କଂଗ୍ରେସର ଗଡ ଥିଲା । ବର୍ତ୍ତମାନ ଦଳର ଭବିଷ୍ୟତକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି ହୋଇଛି । ଏହାର ଉତ୍ତରରେ ପିସିସି ମିଡିଆ ସେଲ ଆବାହକ ସତ୍ୟପ୍ରକାଶ ନାୟକ କହିଛନ୍ତି ଯେ ଦଳରେ ଏମିତି କେତେ ଆସିଛନ୍ତି ଯାଇଛନ୍ତି କିନ୍ତୁ ଦଳ ରହିବ । ଏହା ସ୍ବାଭାବିକ କଥା ଗଣମାଧ୍ୟମରେ ଚର୍ଚ୍ଚା ହେବ। ଦୁଇ ଦୁଇ ଜଣ କାର୍ଯ୍ୟକାରୀ ସଭାପତି ଦଳ ଛାଡିବା ଚିନ୍ତାର ବିଷୟ । ଆଗାମୀ ଦିନରେ ଦଳରେ ସମସ୍ତଙ୍କୁ ଆତ୍ମ ସମୀକ୍ଷା କରିବାର ସମୟ ଆସିଛି । ଆଉ ଆଗକୁ ଆସୁଥିବା ନିର୍ବାଚନର ସାମ୍ନା କରିବାର ଅଛି ।

ଅନ୍ୟପଟେ କାର୍ଯ୍ୟକାରୀ ସଭାପତି ପଦରୁ ପ୍ରଦୀପ ଇସ୍ତଫା ଦେଇଥିବା ବେଳେ ତାଙ୍କ ଦାୟିତ୍ବ କିଏ ସମ୍ଭାଳିବ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ପୂର୍ବରୁ ଏହି ପଦରୁ ଇସ୍ତଫା ଦେଇ ନବ ଦାସ ବିଜେଡି ମଙ୍ଗ ଧରିଥିଲେ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ,ଇଟିଭି ଭାରତ

ABOUT THE AUTHOR

...view details