ଭୁବନେଶ୍ବର: ଆସନ୍ତାକାଲି(ଗୁରୁବାର) ଜାତୀୟ କଂଗ୍ରେସ ସମ୍ପାଦକ ରଣଦୀପ ସୁରଜେବାଲା, ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି କଣ୍ଟାବାଞ୍ଜିର ଝରଣୀ ଗାଁ ଗସ୍ତ କରି ମମତା ମେହେରଙ୍କ ପରିବାରକୁ ସାକ୍ଷାତ କରିବେ । ସେଠାରୁ ଫେରିବା ପରେ ଭୁବନେଶ୍ୱରରେ ସାମ୍ବାଦିକ ସମ୍ମିଳନୀ କରିବାର କାର୍ଯ୍ୟକ୍ରମ କରିବାର ଅଛି ।
ମମତା ମେହେରଙ୍କ ପରିବାରକୁ ଭେଟିବେ ରଣଦୀପ ସୁରଜେବାଲା - ଓଡିଶାରେ ରଣଦୀପ ସୁରଜେବାଲା
ଆସନ୍ତାକାଲି(ଗୁରୁବାର) ଜାତୀୟ କଂଗ୍ରେସ ସମ୍ପାଦକ ରଣଦୀପ ସୁରଜେବାଲା, ଓଡିଶା କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର ଓ ପିସିସି ସଭାପତି କଣ୍ଟାବାଞ୍ଜିର ଝରଣୀ ଗାଁ ଗସ୍ତ କରି ମମତା ମେହେରଙ୍କ ପରିବାରକୁ ସାକ୍ଷାତ କରିବେ । ଅଧିକ ପଢନ୍ତୁ...
ମମତା ମେହେରଙ୍କ ପରିବାରକୁ ଭେଟିବେ ରଣଦୀପ ସୁରଜେବାଲା
ମମତା ମେହେରଙ୍କ ପରିବାରକୁ ଭେଟିବେ ରଣଦୀପ ସୁରଜେବାଲା
ବିଜେଡିର ବରିଷ୍ଠ ମୁଖପାତ୍ର ମାନେ କୁଆଡେ ଗଲେ ବୋଲି ପ୍ରଶ୍ନ କରିଛନ୍ତି କଂଗ୍ରେସ ମୁଖପାତ୍ର ପଦ୍ମାକର ଗୁରୁ । ମହାଲିଙ୍ଗ କଲେଜକୁ ଗଣଶିକ୍ଷା ମନ୍ତ୍ରୀ ଗଲେ ନାହିଁ ହେଲେ, ଆଇନ ମନ୍ତ୍ରୀ ଯାଇ କାହିଁକି ପ୍ରଶଂସାରେ ପୋତି ଦେଉଥିଲେ ବୋଲି ପ୍ରଶ୍ନ କଲା କଂଗ୍ରେସ । ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ନିଜ ଜିଲ୍ଲାର ଘଟଣା ହୋଇଥିଲେ ସୁଦ୍ଧା ସମବେଦନା ନଜଣାଇବା ଲଜ୍ଜାଜନକ ବିଷୟ ବୋଲି କହିଛନ୍ତି PCC ଉପସଭାପତି ଜଜ୍ଞେଶ୍ବର ବାବୁ ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ