ଓଡିଶା

odisha

ETV Bharat / city

‘ଅହଂକାର ଛାଡି ଚାଷୀ ସମସ୍ୟାର ସମାଧାନ କରନ୍ତୁ ସରକାର’ - କୃଷକ ଆନ୍ଦୋଳନ

ଅହଂକାର ଛାଡି ଚାଷୀ ସମସ୍ୟାର ସମାଧାନ କରନ୍ତୁ ସରକାର । ଏହାସହ କୃଷି ଓ କୃଷକଙ୍କ ପାଇଁ କେନ୍ଦ୍ର ସରକାର ଦୁଃଖ ଡାକି ନ ଆଣନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ । ଅଧିକ ପଢନ୍ତୁ...

‘ଅହଂକାର ଛାଡି ଚାଷୀ ସମସ୍ୟାର ସମାଧାନ କରନ୍ତୁ ସରକାର’
‘ଅହଂକାର ଛାଡି ଚାଷୀ ସମସ୍ୟାର ସମାଧାନ କରନ୍ତୁ ସରକାର’

By

Published : Dec 30, 2020, 1:34 PM IST

ଭୁବନେଶ୍ବର:କୃଷକଙ୍କ ପାଇଁ ଆଗକୁ ଆସିଲା କଂଗ୍ରେସ । ସାମ୍ବାଦିକ ସମ୍ମିଳନୀ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କୃଷକ ସମସ୍ୟାର ସମାଧାନ କରୁନଥିବା ଦର୍ଶାଇ କଲା ଟାର୍ଗେଟ । କୃଷି ଓ କୃଷକଙ୍କ ପାଇଁ କେନ୍ଦ୍ର ସରକାର ଦୁଃଖ ଡାକି ନ ଆଣନ୍ତୁ। ଅହଂକାର ଛାଡି ଚାଷୀ ସମସ୍ୟାର ସମାଧାନ କରନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀରେ କହିଲେ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

‘ଅହଂକାର ଛାଡି ଚାଷୀ ସମସ୍ୟାର ସମାଧାନ କରନ୍ତୁ ସରକାର’

ସେହିପରି ଚାଷୀଙ୍କ ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଟାର୍ଗେଟ କଲା କଂଗ୍ରେସ। ଓଡିଶା ସରକାର ତୁରନ୍ତ ଆଗାମୀ ବିଧାନସଭାରେ ଚାଷୀ ଓ ଚାଷର ସ୍ବାର୍ଥରେ ଏକ ନୂଆ ଆଇନ ଆଣିବାକୁ ଦାବି କଲା ଦଳ । ପଞ୍ଜାବ କେରଳ ଓ ରାଜସ୍ଥାନ ଢାଞ୍ଚାରେ ସ୍ବତନ୍ତ୍ର ଆଇନ ଆଣିବାକୁ କହିଛନ୍ତି କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ଅନ୍ୟପଟେ 2020 ମସିହା ଇତିହାସରେ ରହିଯିବ। କୋରୋନା ପାଇଁ ନୁହେଁ ବଂର ଚାଷୀମାରଣା ନୀତି ପାଇଁ ଏହା ସ୍ମରଣୀୟ ହୋଇ ରହିଯିବ ବୋଲି ସେ କହିଛନ୍ତି। ସେପଟେ ମଣ୍ଡିକୁ ଯିଏ ଯେତେ ଧାନ ଆଣିବ ସବୁ କିଣାଯିବ ବୋଲି କହିଥିଲେ ସରକାର। ହେଲେ ଏବେ ଚାଷୀଙ୍କୁ କୁପନ ଦେବା ସହ ଦୁଇଟି ତାରିଖରେ ଧାନ ଦେବାକୁ କୁହାଯାଉଛି । ପ୍ରଥମେ ଏବେ ଓ ପରେ ମାର୍ଚ୍ଚ ମାସର ତାରିଖ ଦିଆଯାଉଛି । ଯାହାକି ଚାଷୀଙ୍କ ପ୍ରତି ଅନ୍ୟାୟ ହେଉଛି ବୋଲି ସେ କହିଛନ୍ତି ।

ଏହାସହ ଚାଷୀ ମଣ୍ଡିକୁ ଆଣୁଥିବା ଅଧା ଧାନ ରଖି ବାକି ଫେରାଇ ଦିଆଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି । ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ 2021ରେ ଏହା ଭୟଙ୍କର ରୂପ ନେବା ସହ ଆନ୍ଦୋଳନ ଜୋରଦାର ହେବ ବୋଲି ମଧ୍ୟ ସେ ଚେତାଇ ଦେଇଛନ୍ତି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details