ଭୁବନେଶ୍ବର: ମମିତା ମେହେରଙ୍କ ହତ୍ୟାକୁ ନେଇ ନ୍ୟାୟ ଦାବିରେ ସରକାରଙ୍କୁ ଘେରୁଛନ୍ତି ବିରୋଧୀ । ବୁଧବାର କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ନେତୃତ୍ୱରେ କଂଗ୍ରେସ ନେତୃବୃନ୍ଦ ମହାଲିଙ୍ଗ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ଗାଁ ଝରଣୀକୁ ଯାଇଁ ପୀଡିତାଙ୍କ ପରିବାରକୁ ଭେଟିଛନ୍ତି ।
କଂଗ୍ରେସ ନେତା ନରସିଂହ ମିଶ୍ର ମମିତାଙ୍କ ବାପା ମା' ଓ ତାଙ୍କ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ଭେଟି ସାନ୍ତ୍ୱନା ଦେବା ସହିତ ସମସ୍ତ ଆଇନ ସହାୟତା ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । କେବଳ ସେତିକି ନୁହେଁ, ପରିବାର ଓ ସେ ଅଞ୍ଚଳର ଲୋକଙ୍କ ସହିତ ଏଭଳି ଲୋମଟାଙ୍କୁରା ଏବଂ ଜଘନ୍ୟ ହତ୍ୟା ଘଟଣାକୁ ପ୍ରତ୍ୟେକ ସ୍ତରକୁ ନେଇ ଏହି ଘଟଣାରେ ଯେତେବଡ଼ ବ୍ୟକ୍ତି ଯେଉଁ ପଦପଦବୀରେ ଥାଉନା କାହିଁକି ଦଣ୍ଡ ଦେବା ପାଇଁ କଂଗ୍ରେସ ଲଢ଼େଇ କରିବ ବୋଲି କହିଛନ୍ତି ନରସିଂହ ।