ଓଡିଶା

odisha

ETV Bharat / city

ମୌସୁମୀ ଅଧିବେଶନ; କଂଗ୍ରେସର ଏଜେଣ୍ଡା ଜଣାଇଲେ ନରସିଂହ - ମୌସୁମୀ ଅଧିବେଶନ

ଆଗକୁ ଆସୁଛି ବିଧାନସଭା ମୌସୁମୀ ଅଧିବେଶନ । ସରକାରଙ୍କୁ ଘେରିବେ ବିରୋଧୀ । ତେବେ ଏଥର କଂଗ୍ରେସର ଆଭିମୁଖ୍ୟ କଣ ହେବ ? ତାହା ଜଣାଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା । ଅଧିକ ପଢନ୍ତୁ...

ଆଗକୁ ମୌସୁମୀ ଅଧିବେଶନ, କଂଗ୍ରେସର ଆଭିମୁଖ୍ୟ ସମ୍ପର୍କରେ ଜଣାଇଲେ ନରସିଂହ ମିଶ୍ର
ଆଗକୁ ମୌସୁମୀ ଅଧିବେଶନ, କଂଗ୍ରେସର ଆଭିମୁଖ୍ୟ ସମ୍ପର୍କରେ ଜଣାଇଲେ ନରସିଂହ ମିଶ୍ର

By

Published : Aug 20, 2021, 8:02 PM IST

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ରାଜ୍ୟର ବହୁ ସମସ୍ୟା ଉଠାଇବେ ବିରୋଧୀ । ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗରେ ଉତ୍ତର ମାଗିବେ ଦଳ । ତେବେ ଚଳିତ ମୌସୁମୀ ଅଧିବେଶନରେ କଂଗ୍ରେସର ଆଭିମୁଖ୍ୟ କ'ଣ ହେବ ସେନେଇ ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କଂଗ୍ରେସ ଲୋକଙ୍କ ସ୍ବାର୍ଥ ପାଇଁ ସବୁବେଳେ ଲଢିଛି ବୋଲି କହିଛନ୍ତି ନରସିଂହ ।

ଆଗକୁ ମୌସୁମୀ ଅଧିବେଶନ, କଂଗ୍ରେସର ଆଭିମୁଖ୍ୟ ସମ୍ପର୍କରେ ଜଣାଇଲେ ନରସିଂହ ମିଶ୍ର

ତେବେ ଚଳିତ ମୌସୁମୀ ଅଧିବେଶନରେ କଂଗ୍ରେସର ପ୍ରମୁଖ ମୁଦ୍ଦା ହେବ ଦରଦାମ ବୃଦ୍ଧି, ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଏବଂ କୃଷି ଓ କୃଷକ ସମସ୍ୟା । ରାଜ୍ୟର କୃଷକମାନେ ଧାନର ଅଭାବୀ ବିକ୍ରି ଓ ମଣ୍ଡି ଅବ୍ୟବସ୍ଥା ଭଳି ବଡ ସମସ୍ୟାର ସମ୍ମୁଖୀନ ହେଉଥିବାବେଳେ ରାଜ୍ୟ ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ଏଥିସହ ରାଜ୍ୟ ସରକାର ଦୁର୍ନୀତିରେ ବୁଡି ରହିଛନ୍ତି ବୋଲି କହିଛନ୍ତି ନରସିଂହ ମିଶ୍ର ।

ବିଧାନସଭା ଚଳାଇବା ସରକାରଙ୍କ ଦାୟିତ୍ବ । ହେଲେ ରାଜ୍ୟ ସରକାର ବିରୋଧୀ ଦଳମାନଙ୍କୁ ନେଇ ଗୃହ ଚଳାଇବା କ୍ଷେତ୍ରରେ ସମ୍ପୂର୍ଣ୍ଣ ଅଣଦେଖା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ସେପ୍ଟେମ୍ବର ପହିଲାରୁ ସ୍ବଳ୍ପକାଳୀନ ବିଧାନସଭା । ସେପ୍ଟେମ୍ବର 1ରୁ ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ ଆରମ୍ଭ ହେବ । ଆସନ୍ତା ମାସ 1 ତାରିଖରୁ 9 ତାରିଖ ଯାଏଁ ଚାଲିବ । ଏଥିରେ ମାତ୍ର 8ଟି କାର୍ଯ୍ୟ ଦିବସ ରହିବ।

କେବଳ ରବିବାରକୁ ଛାଡି ଦେଲେ ଅନ୍ୟ 8 ଦିନ ଗୃହ ଚାଲିବ ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details