ଭୁବନେଶ୍ବର:ବିଧାନସଭାରେ ସମ୍ବିଧାନର ଚତୁର୍ଥ ସ୍ତମ୍ଭ ଗଣମାଧ୍ୟମ ପ୍ରତିନିଧିଙ୍କ ଲୋକସେବା ଓ ଗୃହ ପ୍ରବେଶ ନେଇ ଉଠିଲା ଦାବି । ଆଜି(ଗୁରୁବାର) ଷୋଡ଼ଶ ବିଧାନସଭା ନବମ ବଜେଟ ଅଧିବେଶନର ଷଷ୍ଠ ଦିବସ । ଗୃହରେ ଶୂନ୍ୟ କାଳ ସମୟରେ ଏ ନେଇ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଓ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ । ତୁରନ୍ତ ଏଥିଲାଗି ବ୍ୟବସ୍ଥା କରାଯାଉ ବୋଲି ସେ ଦାବି କରିଛନ୍ତି ।
ଏ ନେଇ ନରସିଂହ ଗୃହରେ କହିଛନ୍ତି ଯେ ମିଡ଼ିଆ ହେଉଛି ସମ୍ବିଧାନର ଚତୁର୍ଥ ସ୍ତମ୍ଭ । କାହିଁକି ଗଣମାଧ୍ୟମକୁ ଲୋକସେବା ଭବନ ଓ ବିଧାନସଭାର ପ୍ରେସ ଗ୍ୟାଲେରୀକୁ ଛଡ଼ା ଯିବନି ବୋଲି ସେ ପ୍ରଶ୍ନ କରିଛନ୍ତି । ତୁରନ୍ତ ଲୋକସେବା ଭବନକୁ ସାମ୍ବାଦିକଙ୍କୁ ଛଡ଼ାଯାଉ ବୋଲି ସେ ଦାବି କରିଛନ୍ତି । ଏହାସହିତ ଏ ଦିଗରେ ସରକାର ବିଶେଷ ଦୃଷ୍ଟି ଦିଅନ୍ତୁ ବୋଲି ସେ କହିଛନ୍ତି । ଏ ନେଇ ମୋହନ ମାଝୀ କହିଛନ୍ତି ଯେ ରାଜ୍ୟରେ କୋରୋନା ପ୍ରକୋପ କମିଛି । ସମସ୍ତ ରାଜନୈତିକ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି ।