ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ପାଇଁ 'ଅଭିଯୋଗ ଫର୍ଦ୍ଦ' ଜାରି କଲା କଂଗ୍ରେସ । ବିଜେଡ଼ି ଶାସନର 22 ବର୍ଷରେ 22ଟି କଳା କାରନାମା ନେଇ ଅଭିଯୋଗ ପତ୍ର ଉନ୍ମୋଚନ କରିଛି ଦଳ । ଏହାସହ ବିଭିନ୍ନ ପ୍ରସଙ୍ଗକୁ ନେଇ ସାମ୍ବାଦିକ ସମ୍ମିଳନୀ କରି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛି କଂଗ୍ରେସ । ଆସନ୍ତା ଫେବୃଆରୀ 5 ତାରିଖ ଦିନ ନିର୍ବାଚନୀ ଇସ୍ତାହାର ଜାରି କରିବ କଂଗ୍ରେସ ।
ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି ଯେ ପଞ୍ଚାୟତ ନିର୍ବାଚନ ପାଇଁ ବିଜେଡ଼ି ଓ ବିଜେପି ମଧ୍ୟରେ ଏକ ଅଘୋଷିତ ମେଣ୍ଟ ହୋଇଛି । ଏହି ଦଳ ବିରୋଧରେ ଉଭୟ ବିଜେପି ଓ ବିଜେଡ଼ି ବିରୋଧରେ ଅଭିଯୋଗ ପତ୍ର ଜାରି କରିଛି କଂଗ୍ରେସ । ଏହାସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ୨୨ ବର୍ଷର କଳା କାରନାମା ଉଲ୍ଲେଖ କରାଯାଇଛି ବୋଲି ସେ କହିଛନ୍ତି । ପେଟ୍ରୋଲ, ଡିଜେଲ ଓ ଗ୍ୟାସ ଦର ବୃଦ୍ଧି ହୋଇଥିବା ବେଳେ ରାଜ୍ୟରେ ୩୦ ଲକ୍ଷ ପରିବାରର ୬୦ ହଜାର କୋଟି ଟଙ୍କା ଚିଟଫଣ୍ଡରେ ଲୁଟ ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି ।