ଓଡିଶା

odisha

By

Published : Jun 16, 2022, 7:06 PM IST

ETV Bharat / city

Congress Protest Against ED: ତଦନ୍ତକୁ ପ୍ରଭାବିତ କରିବା ପାଇଁ ଆନ୍ଦୋଳନ, କହିଲା BJP

ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା ଜାରି ରଖିଛି । ଏହାକୁ ବିରୋଧ କରି ଦଳ ବିରୋଧ ଧାରଣା ବି ଜାରି ରଖିଛି । କଂଗ୍ରେସ ଆନ୍ଦୋଳନ କରୁଥିବା ବେଳେ ପୋଲିସ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରି ଆଜି କଂଗ୍ରେସ ସମସ୍ତ ରାଜ୍ୟର ରାଜଭବନ ସମ୍ମୁଖରେ ଧାରଣା ଦେଇଛି । ଅଧିକ ପଢନ୍ତୁ

ତଦନ୍ତକୁ ପ୍ରଭାବିତ କରିବା ପାଇଁ ଆନ୍ଦୋଳନ
ତଦନ୍ତକୁ ପ୍ରଭାବିତ କରିବା ପାଇଁ ଆନ୍ଦୋଳନ

ଭୁବନେଶ୍ବର: ନ୍ୟାସନାଲ ହେରାଲ୍ଡ ମାମଲାରେ ରାହୁଲ ଗାନ୍ଧୀକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଜେରା ଜାରି ରଖିଛି । ଏହାକୁ ବିରୋଧ କରି ଦଳ ବିରୋଧ ଧାରଣା ବି ଜାରି ରଖିଛି । କଂଗ୍ରେସ ଆନ୍ଦୋଳନ କରୁଥିବା ବେଳେ ପୋଲିସ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରିଥିବା ଅଭିଯୋଗ କରି ଆଜି କଂଗ୍ରେସ ସମସ୍ତ ରାଜ୍ୟର ରାଜଭବନ ସମ୍ମୁଖରେ ଧାରଣା ଦେଇଛି । ଭୁବନେଶ୍ବରରେ ମଧ୍ୟ କଂଗ୍ରେସ ନେତା ଧାରଣା ଦେଉଛନ୍ତି । ଯାହାର କଡା ସମାଲୋଚନା କରିଛି ରାଜ୍ୟ ବିଜେପି ।

ତଦନ୍ତକୁ ପ୍ରଭାବିତ କରିବା ପାଇଁ ଆନ୍ଦୋଳନ

ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି ଯଦି କଂଗ୍ରେସ କୌଣସି ବେଆଇନ କାମ କରିନାହିଁ ଜେରାକୁ ଡରୁଛି କାହିଁକି ? ଦଳ ତଦନ୍ତକୁ ପ୍ରଭାବିତ କରିବା ପାଇଁ ଆନ୍ଦୋଳନ ଧାରଣା ଦେଉଛି । ଗୋଟିଏ ଟ୍ରଷ୍ଟର ସମ୍ପତ୍ତିକୁ ଯେଉଁଭଳି ଭାବେ ଚଞ୍ଚକତା କରି ନିଜ ମାଲିକାନାକୁ ନେଇଛନ୍ତି ତାହା ତଦନ୍ତ ହେବା ଉଚିତ୍‌ ।

ଯଦି କଂଗ୍ରେସ କୌଣସି ବେଆଇନ କାମ କରିନାହିଁ ଇଡିକୁ ସହଯୋଗ କରି ଜେରାର ସମ୍ମୁଖିନ ହୁଅନ୍ତୁ କଂଗ୍ରେସ ନେତା । ମିଛ ସତ ସବୁ ପ୍ରମାଣିତ ହୋଇଯିବ । ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟମନ୍ତ୍ରୀ ଥିବାବେଳେ ମଧ୍ୟ ଇଡି ଜେରାର ସମ୍ମୁଖିନ ହୋଇଥିଲେ ବୋଲି ପୃଥ୍ବୀରାଜ କହିଛନ୍ତି । ଆଇନ ଆଗରେ ସମସ୍ତେ ସମାନ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details