ଓଡିଶା

odisha

By

Published : Dec 18, 2021, 3:35 PM IST

ETV Bharat / city

Slum Dweller On Dharana: ସୁବାଷ ନଗର ବସ୍ତି ବାସିନ୍ଦାଙ୍କୁ ଭେଟିଲେ ଚେଳ୍ଲାକୁମାର

ବସ୍ତି ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଥିବା ଡୁମଡୁମା ସୁବାଷ ନଗର ବସ୍ତି ବାସିନ୍ଦା ଙ୍କୁ ଭେଟି ଲେ କଂଗ୍ରେସ ପ୍ରଭାରୀ ଏ. ଚେଳ୍ଲାକୁମାର । ରାଜଧାନୀରେ ଥାଇ ମଧ୍ୟ ବସ୍ତି ବାସିନ୍ଦାଙ୍କ ଦୁଃଖ ମୁଖ୍ୟମନ୍ତ୍ରୀ କେମିତି ଜାଣିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଚେଲ୍ଳାକୁମାର । ଅଧିକ ପଢନ୍ତୁ

ସୁବାଷ ନଗର ବସ୍ତି ବାସିନ୍ଦାଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଏ. ଚେଳ୍ଲାକୁମାର
ସୁବାଷ ନଗର ବସ୍ତି ବାସିନ୍ଦାଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଏ. ଚେଳ୍ଲାକୁମାର

ଭୁବନେଶ୍ବର: ବସ୍ତି ଉଚ୍ଛେଦକୁ ବିରୋଧ କରି ଧାରଣାରେ ବସିଥିବା ଡୁମଡୁମା ସୁବାଷ ନଗର ବସ୍ତି ବାସିନ୍ଦା(Subash Nagar slum dweller protest against eviction drive )ଙ୍କୁ ଭେଟିଲେ କଂଗ୍ରେସ ପ୍ରଭାରୀ ଏ. ଚେଳ୍ଲାକୁମାର (Congress in-charge A. Chellakumar ) ।

ଧାରଣାସ୍ଥଳରେ ପହଞ୍ଚି ବସ୍ତି ଉଚ୍ଛେଦକୁ ମଧ୍ୟ ବିରୋଧ କରିଛନ୍ତି କଂଗ୍ରେସ ପ୍ରଭାରୀ । ଥଇଥାନ ନହେବା ପର୍ଯ୍ୟନ୍ତ ଉଚ୍ଛେଦ ବେଆଇନ ବୋଲି କହିବା ସହ ରାଜଧାନୀରେ ଥାଇ ମଧ୍ୟ ବସ୍ତି ବାସିନ୍ଦାଙ୍କ ଦୁଃଖ ମୁଖ୍ୟମନ୍ତ୍ରୀ କେମିତି ଜାଣିପାରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି ଚେଲ୍ଳାକୁମାର।

କଂଗ୍ରେସ ପ୍ରଭାରୀଙ୍କ ସହ ସଭାପତି ନିରଞ୍ଜନ ପଟ୍ଟନାୟକ, ବିଧାୟକ ସୁରେଶ ରାଉତରାୟ ଏବଂ ଜିଲ୍ଳା ସଭାପତି ବିଶ୍ଵଜିତ ଦାସ ଏବଂ ରଶ୍ମି ମହାପାତ୍ରଙ୍କ ସହ ଅନ୍ୟ କଂଗ୍ରେସ ନେତା ମାନେ ମଧ୍ୟ ବସ୍ତି ବାସିନ୍ଦାଙ୍କୁ ସମର୍ଥନ କରିବାକୁ ପ୍ରତିଶୃତି ଦେଇଥିଲେ ।

ତେବେ ବସ୍ତିର ପ୍ରାୟ ୧୮ ଟି ଘର ଭାଙ୍ଗିବାକୁ ନୋଟିସ ଦେଇଥିଲା ବିଡିଏ। ଏହାକୁ ବିରୋଧ କରି ଗତ ୧୧ଦିନ ହେଲା ଧାରଣାରେ ବସିଛନ୍ତି ବସ୍ତି ବସିନ୍ଦା । ୨୦୧୭ ରୁ ଏହି ବସ୍ତିକୁ ଉଚ୍ଛେଦ କରିବାକୁ ଚେଷ୍ଟା କରୁଛି ବିଏମସି।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details