ଭୁବନେଶ୍ବର:ରାଜ୍ୟରେ ସବୁଠାରୁ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ନବୀନ ପଟ୍ଟନାୟକ । ଏହାକୁ ନେଇ ଏକ ଜାତୀୟ ଗଣମାଧ୍ୟମ ସଂସ୍ଥା ସର୍ଭେ ରିପୋର୍ଟ ପ୍ରକାଶ କରିଥିଲା । ୨୦୨୧ରେ ସେହି ଜାତୀୟ ଗଣମାଧ୍ୟମ ସଂସ୍ଥାର ରିପୋର୍ଟ ମୁତାବକ ଲୋକପ୍ରିୟ ତାଲିକାରେ ମୁଖ୍ୟମନ୍ତ୍ରୀ ୮ ନମ୍ବରରେ ରହିଥିଲେ । ଏହାପରେ ପୁନେର ଏକ ଶିକ୍ଷାସଂସ୍ଥା ମୁଖ୍ୟମନ୍ତ୍ରୀ ଦେଶରେ ଏକ ନମ୍ବର ବୋଲି ରିପୋର୍ଟ ପ୍ରକାଶ କରିଥିଲା । ତେବେ ଏଥିପାଇଁ ରାଜକୋଷରୁ ୧୦୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିବା ନେଇ କଂଗ୍ରେସ ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛି ।
କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀ କରି ଅଭିଯୋଗ କରିଛନ୍ତି ଯେ, "CMO କାର୍ଯ୍ୟାଳୟ ଏବେ ଅବସରପ୍ରାପ୍ତ IASଙ୍କ କ୍ଲବ୍ ହାଉସ ପାଲଟିଛି । କଣ ପାଇଁ ଓବିସିର 54 ଭାଗ ଲୋକଙ୍କୁ ତାଙ୍କ ସାମ୍ବିଧାନିକ ଅଧିକାର ଦିଆଗଲା ନାହିଁ ? ରାଜ୍ୟରେ ଚାଷୀଙ୍କ ଆୟ କଣ ଅଛି ? ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ଉତ୍ତର ରଖିବା ଦରକାର ।"