ଓଡିଶା

odisha

ETV Bharat / city

କେନ୍ଦ୍ର ଓ ରାଜ୍ୟ ବିରୁଦ୍ଧରେ ଯୁବ କଂଗ୍ରେସଙ୍କୁ ଏକାଠି କଲା କଂଗ୍ରେସ - bhubaneswar news

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଛାତ୍ର ସଂଗଠନକୁ ମଜବୁତ କରିବା ପାଇଁ ମଙ୍ଗଳବାର ସମସ୍ତ ଛାତ୍ର ନେତାଙ୍କୁ ଏକାଠି କରାଯାଇଥିଲା । ଦଳୀୟ କାର୍ଯ୍ୟାଳୟରେ ଛାତ୍ର ନେତାଙ୍କୁ ନେଇ ବସିଥିବା ପ୍ରଥମ ବୈଠକରେ ବିଭିନ୍ନ ପ୍ରସଙ୍ଗରେ ହୋଇଥିଲା ଆଲୋଚନା ।

Congress held a student meeting on the orders of PCC President
କେନ୍ଦ୍ର ଓ ରାଜ୍ୟ ବିରୁଦ୍ଧରେ ଯୁବ କଂଗ୍ରେସଙ୍କୁ ଏକାଠି କଲା କଂଗ୍ରେସ

By

Published : Dec 11, 2019, 9:07 AM IST

ଭୁବନେଶ୍ବର: ଧୀରେ ଧୀରେ ଚର୍ଚ୍ଚାର ପରିସରକୁ ଆସୁଛି ଓଡିଶା କଂଗ୍ରେସ । ବିଶେଷକରି ବିଭିନ୍ନ ପ୍ରସଙ୍ଗରେ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ଘେରିବା ହେଉ କିମ୍ବା ନିଜ ଛାମୁଆ ସଙ୍ଗଠନକୁ ସଜାଡ଼ିବାରେ ହେଉ ଦଳ ଏବେ ବେଶ ସକ୍ରିୟ ହୋଇଛି । ଏହି କ୍ରମରେ କଂଗ୍ରେସ ଏବେ ଯୁବକଙ୍କୁ ଏକାଠି କରିବାକୁ ଅଣ୍ଟା ଭିଡ଼ିଛି ।

କେନ୍ଦ୍ର ଓ ରାଜ୍ୟ ବିରୁଦ୍ଧରେ ଯୁବ କଂଗ୍ରେସଙ୍କୁ ଏକାଠି କଲା କଂଗ୍ରେସ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଛାତ୍ର ସଂଗଠନକୁ ମଜବୁତ କରିବା ପାଇଁ ମଙ୍ଗଳବାର ସମସ୍ତ ଛାତ୍ର ନେତାଙ୍କୁ ଏକାଠି କରାଯାଇଥିଲା । ତେବେ ନିରଞ୍ଜନଙ୍କ ଏହି ନିର୍ଦ୍ଦେଶର ନେତୃତ୍ବ ନେଇଥିଲେ କଂଗ୍ରେସ ନେତା ଦେବାଶିଷ ପଟ୍ଟନାୟକ । ଦଳୀୟ କାର୍ଯ୍ୟାଳୟରେ ଛାତ୍ରନେତାଙ୍କୁ ନେଇ ଏହା ପ୍ରଥମ ବୈଠକ ବସିଥିଲା । ବୈଠକରେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରାଯାଇଛି । ବିଶେଷ କରି କେନ୍ଦ୍ର ସରକାରଙ୍କ ବିରୋଧରେ କିଭଳି ଦଳ ଏଜେଣ୍ଡା ପ୍ରସ୍ତୁତ କରି ଲୋକଙ୍କ ନିକଟକୁ ଯିବ ସେ ନେଇ ଆଲୋଚନା ହୋଇଥିବା କହିଛନ୍ତି କମିଟି ମୁଖ୍ୟ ଦେବାଶିଷ ପଟ୍ଟନାୟକ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

For All Latest Updates

ABOUT THE AUTHOR

...view details