ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଭଲ ପଦର୍ଶନ କରିଛି । ପୌର ନିର୍ବାଚନରେ ମଧ୍ୟ ଭଲ ପ୍ରଦର୍ଶନ କରିବ । ଆଜି ଏମିତି କହି ନିଜକୁ ନିଜେ ଆତ୍ମସନ୍ତୋଷ ଦେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।
ନିରଞ୍ଜନ କହିଛନ୍ତି ପଞ୍ଚାୟତ ନିର୍ବାଚନରେ ଗ୍ରାମାଞ୍ଚଳରେ ଭଲ ପ୍ରଦର୍ଶନ କରିଛି କଂଗ୍ରେସ। ତେଣୁ ସହରାଞ୍ଚଳରେ ମଧ୍ୟ ଭଲ ପ୍ରଦର୍ଶନ କରିବ । ଲୋକଙ୍କ ମଧ୍ୟରେ ଭୁଲ ଧାରଣାଯେ କଂଗ୍ରେସ ପଞ୍ଚାୟତ ନିର୍ବାଚନରେ ଝଟକା ଖାଇଛି। ରାଜ୍ୟରେ ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିଛି। ପଏଣ୍ଟ କେତେ ବଢିଛି ତାହା ତର୍ଜମା ପରେ ଜଣାପଡିବ। ତେବେ ପୌର ନିର୍ବାଚନ ରେ ଘର ଘର ବୁଲିବା ପାଇଁ କମ ସମୟ ରହିଛି, ହେଲେବି ଘର ଘର ବୁଲିବା ପାଇଁ ପ୍ରସ୍ତୁତ ରହିଛୁ।