ଓଡିଶା

odisha

ETV Bharat / city

ଦରଦାମ ବୃଦ୍ଧି ବିରୋଧରେ ବୁଥ ଅଭିଯାନ କରିବ କଂଗ୍ରେସ - ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ପ୍ରତି ବୁଥକୁ ଯିବ କଂଗ୍ରେସ

ରାଜ୍ୟରେ ଅହେତୁକ ତୈଳ ଦର ବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର, ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆସନ୍ତା ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତି ବୁଥକୁ ଯିବ ରାଜ୍ୟ କଂଗ୍ରେସ। ଅଧିକ ପଢନ୍ତୁ...

ଦରଦାମ ବୃଦ୍ଧି ବିରୋଧରେ ବୁଥ ଅଭିଯାନ କରିବ କଂଗ୍ରେସ
ଦରଦାମ ବୃଦ୍ଧି ବିରୋଧରେ ବୁଥ ଅଭିଯାନ କରିବ କଂଗ୍ରେସ

By

Published : Jul 3, 2021, 7:47 AM IST

ଭୁବନେଶ୍ବର: ରାଜ୍ୟରେ ଅହେତୁକ ତୈଳ ଦର ବୃଦ୍ଧି, ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଆକାଶ ଛୁଆଁ ଦର, ବେକାରୀ ସମସ୍ୟା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଆସନ୍ତା ୭ରୁ ୧୭ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରତି ବୁଥକୁ ଯିବ ରାଜ୍ୟ କଂଗ୍ରେସ। ଏନେଇ ଶୁକ୍ରବାର ଏଆଇସିସିର ବୈଠକରେ ଚୁଡାନ୍ତ ନିଷ୍ପତ୍ତି ହୋଇଛି ବୋଲି ସୂଚନା ଦେଇଛନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ। ଡ. ଚେଲ୍ଲା କୁମାରଙ୍କ ସହ ଆଲୋଚନା ପରେ ଏଭଳି ନିଷ୍ପତ୍ତି ନିଆଯାଇଛି।

ଦରଦାମ ବୃଦ୍ଧି ବିରୋଧରେ ବୁଥ ଅଭିଯାନ କରିବ କଂଗ୍ରେସ

ରାଜ୍ୟରେ ଗ୍ୟାସରେ ୨୫.୫୦ ବୃଦ୍ଧି ହୋଇଛି, ପେଟ୍ରୋଲ-ଡିଜେଲ ୧୦୦ ଛୁଇଁଲାଣି, ନବୀନ ବାବୁ ଚାହିଁଲେ ସବସିଡି ଦେବେ, ଟିକସ କମାଇଲେ ସାଧାରଣ ଲୋକଙ୍କ ଉପରେ ବୋଝ କମିବ । ପ୍ରଧାନମନ୍ତ୍ରୀଙ୍କ କଥା ନକହିଲେ ଭଲ ତେଣୁ, ଏହାର ଦୃଢ଼ ପ୍ରତିବାଦ କରି ପ୍ରତି ଜିଲ୍ଲାରେ କଂଗ୍ରେସ, ଲୋକଙ୍କ ପାଖକୁ ଯିବ, ଲୋକଙ୍କ ସହ ମିଶିବ, ତା’ ପରେ ରାଜ୍ୟସ୍ତରୀୟ ଜନ ପ୍ରତିବାଦ ସଭା ଭୁବନେଶ୍ବରରେ ହେବ ବୋଲି ଆଲୋଚନାରେ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

ABOUT THE AUTHOR

...view details