ଭୁବନେଶ୍ବର:କଳାହାଣ୍ଡି ସନସାଇନ ସ୍କୁଲର ଶିକ୍ଷୟିତ୍ରୀଙ୍କ ହତ୍ୟାକାଣ୍ଡର ଖୋଲିବ ଗୁମର । ଏହି ଘଟଣାରେ ରାଜ୍ୟ କଂଗ୍ରେସ ପକ୍ଷରୁ ମହାଲିଙ୍ଗ କଲେଜ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାକାଣ୍ଡ ସ୍ଥଳକୁ ଯାଇ ସମସ୍ତ ଘଟଣାର ସ୍ଥିତି ପରଖିବ ।
ଏନେଇ କଣ୍ଟାବାଞ୍ଝି ବିଧାୟକ ସନ୍ତୋଷ ସିଂହ ସାଲୁଜାଙ୍କ ନେତୃତ୍ବରେ ଏକ 5 ଜଣିଆ ଟିମ ଉକ୍ତ ଅଞ୍ଚଳ ଗସ୍ତକରି ସ୍ଥିତି ଅନୁଧ୍ୟାନ କରିବ। ପରେ ପିସିସିକୁ ଏକ ରିପୋର୍ଟ ପ୍ରଦାନ କରିବ ଏହି ଟିମ । ତେବେ ମମିତା ମେହେର ମୃତ୍ୟୁ କିଭଳି ହେଲା, କିଏ କିଏ ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ, ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ବିଷୟରେ ଟିକନିଖ ଖବର ସଂଗ୍ରହ କରିବ କଂଗ୍ରେସ।