ଭୁବନେଶ୍ବର: ନବଗଠିତ ପିସିସି ମିଡିଆ ସେଲ ର ପ୍ରଥମ ବୈଠକ ରାଜ୍ୟ କଂଗ୍ରେସ ଭବନରେ ଆୟୋଜିତ ହୋଇଯାଇଛି । ବୈଠକରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତା କରିଥିଲେ । ପେଗାସସ କେଳେଙ୍କାରୀ ବିଷୟରେ ବୈଠକରେ ଆଲୋଚନା କରାଯାଇଥିଲା ।
ପେଗାସସ୍ ସ୍ପାଇଓ୍ବେୟାର ଫୋନ ହ୍ୟାକିଂ ମାମଲାକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ ।କେନ୍ଦ୍ର ସରକାର ରାହୁଲ ଗାନ୍ଧୀଙ୍କ ସହ ଅନ୍ୟ ନେତା ଓ ସାମ୍ବାଦିକମାନଙ୍କର ଫୋନ ଟ୍ୟାପିଂ କରାଇ ଦେଶଦ୍ରୋହ କାମ କରିଛନ୍ତି । ପେଗାସସ ଗୁଇନ୍ଦାଗିରି ଘଟଣାକୁ ରାଜ୍ୟ କଂଗ୍ରେସ ଅତି ଦୃଢ଼ ଭାବେ ନିନ୍ଦା କରୁଛି ।
ସ୍ୱାଧୀନ ମତବ୍ୟକ୍ତ କରିବାର ଅଧିକାର ଉପରେ ଏହା ଆକ୍ରମଣ କହିଲେ ଅତ୍ୟୁକ୍ତି ହେବନାହିଁ । ବ୍ୟକ୍ତିଗତ ଜୀବନ ଉପରେ ଗୁଇନ୍ଦାଗିରି କରିବା ଅକ୍ଷମଣୀୟ ଅପରାଧ । ନାଗରିକ ଅଧିକାରକୁ ଏହା ବ୍ୟଥିତ କରିଛି । ଜାତୀୟ ନିରାପତ୍ତା ଉପରେ ମଧ୍ୟ ଏହା ପ୍ରଶ୍ନବାଚୀ ସୃଷ୍ଟି କରିଛି ବୋଲି କହିଛି କଂଗ୍ରେସ ।ସେହିପରି କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବା ସହ କେତୋଟି ପ୍ରଶ୍ନ ମଧ୍ୟ ପଚାରଛି ଦଳ ।
କଂଗ୍ରେସ ପଚାରିଥିବା ପ୍ରଶ୍ନ ଗୁଡିକ ହେଲା
* ପେଗାସସ କୁ ଗୁଇନ୍ଦାଗିରି କରିବାକୁ ଅନୁମତି କାହିଁକି ଦେଲେ କେନ୍ଦ୍ର ସରକାର ?