ଭୁବନେଶ୍ବର: ଖଣ୍ଡଗିରି ଫ୍ଲାଏ ଓଭର ଓ ଖଣ୍ଡଗିରି-ଆଇଗିଣିଆ ଜାତୀୟ ରାଜପଥ ସମସ୍ୟାର ସମାଧାନ ଲାଗି ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ(NHAI) ସିଜିଏମଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ଦେଲା ଛାତ୍ର ଓ ଭୁବନେଶ୍ବର ଜିଲ୍ଲା କଂଗ୍ରେସ । ତେବେ ଖଣ୍ଡଗିରି ଫ୍ଲାଏ ଓଭର ନିର୍ମାଣ ଶେଷ ପରେ ମଧ୍ୟ ବାରମ୍ବାର ମରାମତି ଚାଲିଛି । ଫଳରେ ଏଥିଲାଗି ଯାତାୟାତ ପ୍ରଭାବିତ ହେଉଛି ବୋଲି କଂଗ୍ରେସ କହିଛି ।
ସେହିପରି ଖଣ୍ଡଗିରି- ଆଇଗିଣିଆ ରାସ୍ତାର ଡିଭାଇଡର ବନ୍ଦ ହେବା କାରଣରୁ 2 କିଲୋମିଟର ପରେ ରାସ୍ତା ଅତିକ୍ରମ କରିବାକୁ ପଡ଼ୁଛି । ଏଥିପାଇଁ ସ୍ଥାନୀୟ ଲୋକେ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଏହି ରାସ୍ତାରେ ଅଧିକ ଭିଡ ପାଇଁ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି ।