ଓଡିଶା

odisha

ETV Bharat / city

ଜିଲ୍ଲା କଂଗ୍ରେସର ନବକଳେବର ପ୍ରକ୍ରିୟା ଆରମ୍ଭ - ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ

ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

ଫଟୋ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

By

Published : Nov 14, 2019, 10:43 PM IST


ଭୁବନେଶ୍ବର: ରାଜ୍ୟ କଂଗ୍ରେସ ଭବନରେ ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଛି । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ବରେ ଏହି ବୈଠକ କରାଯାଇଛି । ବୈଠକରେ ପର୍ଯ୍ୟବେକ୍ଷକ ମାନେ ଜିଲ୍ଲା ସଭାପତି ଚୟନ ନିମନ୍ତେ ନିଜର ରିପୋର୍ଟ ପ୍ରଦାନ କରିଛନ୍ତି ବୋଲି ପିସିସି ସଭାପତି ସୂଚନା ଦେଇଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,ଭୁବନେଶ୍ବର

ଗୁରୁବାର ସନ୍ଧ୍ୟାରେ ଆୟୋଜିତ ଏହି ବୈଠକରେ ପ୍ରାୟ ୨୬ଟି ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ରିପୋର୍ଟ ହସ୍ତଗତ ହୋଇଛି । ଦିନେ ଦୁଇ ଦିନ ଭିତରେ ଅବଶିଷ୍ଟ ଜିଲ୍ଲାର ରିପୋର୍ଟ ଆସିବ । ଏହାପରେ ରିପୋର୍ଟକୁ ଏଆଇସିସିକୁ ପଠାଯିବ ।

ରିପୋର୍ଟ ଆଧାରରେ ଜିଲ୍ଲା ସଭାପତି ଚୟନ କରାଯିବ । ଏହା ସହ ଦେଶରେ ଅର୍ଥନୈତିକ ସଙ୍କଟ ଜାରି ରହିଥିବା ବେଳେ ଚଳିତ ମାସ ୨୧ ଓ ୨୨ ତାରିଖରେ ପ୍ରତି ଜିଲ୍ଲାର ଜିଲ୍ଲାପାଳ ମାନଙ୍କୁ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯିବ । ୨୩ ତାରିଖରେ ଭୁବନେଶ୍ବରରେ ଅନୁରୂପ ଏକ କାର୍ଯ୍ୟକ୍ରମ କରାଯିବ ବୋଲି ପିସିସି ସଭାପତି କହିଛନ୍ତି ।

ସୂଚନାଯୋଗ୍ୟ, ସାଧାରଣ ନିର୍ବାଚନ ପରେ ପ୍ରତି ଜିଲ୍ଲାରେ ପର୍ଯ୍ୟବେକ୍ଷକଙ୍କୁ ଜିଲ୍ଲାର ସମୀକ୍ଷା ଦାୟିତ୍ବ ପ୍ରଦାନ କରାଯାଇଥିଲା । ସେହି ରିପୋର୍ଟକୁ ଆଧାର କରି ପ୍ରତି ଜିଲ୍ଲାରେ ସାଙ୍ଗଠନିକ ନେତୃତ୍ବ ଚୟନ କରାଯିବ ଓ ପରବର୍ତ୍ତୀ ସମୟରେ ପିସିସି କାର୍ଯ୍ୟକର୍ତ୍ତା ଚୟନ କରାଯିବ । ବର୍ତ୍ତମାନ ସୁଦ୍ଧା କେବଳ ପିସିସି ସଭାପତିଙ୍କ ସହ ଦୁଇ ଜଣ କାର୍ଯ୍ୟକାରୀ ସଭାପତି ରହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details