ଭୁବନେଶ୍ବର: ଓଲିଉଡର ଷ୍ଟାର ଦମ୍ପତି ଅନୁଭବ ମହାନ୍ତି ଓ ବର୍ଷା ପ୍ରିୟଦର୍ଶିନୀଙ୍କ ମଧ୍ୟରେ ବଢୁଛି ବିବାଦ । ଅନୁଭବଙ୍କ ବିରୋଧରେ ଘରୋଇ ହିଂସା ଓ ନିର୍ଯାତନାର ଅଭିଯୋଗ ଆଣି କଟକ ଏସଡିଜେମ୍ କୋର୍ଟର ଦ୍ବାରସ୍ଥ ହୋଇଛନ୍ତି ବର୍ଷା । ସେପଟେ ବୈବାହିକ ସମ୍ପର୍କ ଠିକ୍ ଚାଲୁନଥିବାରୁ ଦିଲ୍ଲୀର ପଟିଆଲା ହାଉସକୋର୍ଟରେ ଛାଡପତ୍ର ମାମଲା ଦାଖଲ କରିଛନ୍ତି ଅନୁଭବ । ଏହାରି ଭିତରେ ରାଜ୍ୟରେ ରାଜନୀତି ଜୋର ଧରିଛି ।
ବର୍ଷାଙ୍କୁ ନିର୍ଯାତନା ଦେଇଥିବାରୁ କେନ୍ଦ୍ରପଡାର ବିଜେଡି ସାଂସଦ ଅନୁଭବଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ ବୋଲି କଂଗ୍ରେସ ଦାବି କରିଛି । ଏହି ପ୍ରସଙ୍ଗରେ ବିଜେଡିକୁ ଟାର୍ଗେଟ କରିଛନ୍ତି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ।