ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ଶିଶୁ ନିଖୋଜ ଘଟଣା ବୃଦ୍ଧି ପାଉଥିବା ବେଳେ ଘଟଣାରେ ପୋଲିସ ପ୍ରଶାସନର କାର୍ଯ୍ୟକାରିତା ଫେଲ ମାରିଥିବା ସ୍ପଷ୍ଟ ଦେଖିବାକୁ ମିଳୁଛି । ଏଣୁ ରାଜ୍ୟ ସରକାର ଏକ ଶ୍ବେତପତ୍ର ପ୍ରକାଶ କରି ବର୍ତ୍ତମାନ ସୁଦ୍ଧା କେତେ ଶିଶୁ ନିଖୋଜ ଅଛନ୍ତି, କେତେ ଜଣଙ୍କୁ ସରକାର ଖୋଜି ପାଇଛନ୍ତି ଏବଂ ବର୍ତ୍ତମାନ ସୁଦ୍ଧା ନିଖୋଜ ଶିଶୁଙ୍କ ଅବସ୍ଥା କିପରି ଅଛି ତାହା ଜଣାଇବାକୁ କଂଗ୍ରେସ ପକ୍ଷରୁ ଦାବି କରାଯାଇଛି ।
ବର୍ତ୍ତମାନ ସୁଦ୍ଧା ରାଜ୍ୟରେ 2016 ମସିହାରୁ ଏପର୍ଯ୍ୟନ୍ତ 7 ହଜାର ଶିଶୁ ନିଖୋଜ ହୋଇଥିବା ଏନସିଇଆରବି ରିପୋର୍ଟରୁ ପ୍ରକାଶ ବୋଲି କଂଗ୍ରେସ କହିବା ସହ ଅନେକ ମହିଳା ନିର୍ଯ୍ୟାତନାର ଶିକାର ହେଉଛନ୍ତି । ହେଲେ ବର୍ଷ ଶେଷକୁ ମାତ୍ର 7 ଜଣ ଦଣ୍ଡିତ ହେଉଛନ୍ତି । ସରକାର ନାରୀମାନଙ୍କ ପାଇଁ ଅନେକ ଯୋଜନା କରୁଥିବା ଓ ତାଙ୍କୁ ସମ୍ମାନ ଦେବାକୁ କହୁଥିବା ବେଳେ ମହିଳାଙ୍କୁ ନିର୍ଯ୍ୟାତିତ କରୁଥିବା ଦୋଷୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ବିଫଳ ହୋଇଛନ୍ତି । ଯାହା ପାଇଁ ହୋଇକୋର୍ଟ ସରକାରଙ୍କୁ ଭତ୍ସନା କରିଛନ୍ତି ।