ଭୁବନେଶ୍ବର:ପଞ୍ଚାୟତ ନିର୍ବଚନ ଚାଲିଥିବା ବେଳେ ମମିତା ମେହେର ମାମଲାରେ ପୋଲିସ ଚାର୍ଜସିଟ ଦାଖଲ କରିଛି । ଚାର୍ଜସିଟରେ ଦୁଇ ଜଣଙ୍କ ବିରୋଧରେ ଦିଆଯାଇଛି ହେଲେ ମୁଖ୍ୟ ଅଭିଯୁକ୍ତ କୁହାଯାଇଥିବା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ବିରୋଧରେ କିଛି ବି ଉଲ୍ଲେଖ ନାହିଁ । ଏ ନେଇ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଓଡ଼ିଶା ପୋଲିସକୁ ନିରପେକ୍ଷ ତଦନ୍ତ ପାଇଁ ଦାବି କରିବା ସହି କେତୋଟି ପ୍ରସଙ୍ଗକୁ ନେଇ ରାଜ୍ୟ ସରକାରଙ୍କୁ ପ୍ରଶ୍ନ କରିଛି ।
ଏହି ଘଟଣାରେ ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଥିବା ଦାବି କରି କଂଗ୍ରେସ ମନ୍ତ୍ରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରି ଆସୁଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ସେପଟେ ରାୟପୁର ଯାଇଥିବା ନେଇ ମନ୍ତ୍ରୀ ଦିବ୍ୟଶଙ୍କର ପୂର୍ବରୁ ମନା କରୁଥିଲେ, ହେଲେ ସେ ଗତ ଅକ୍ଟୋବର 15 ତାରିଖରେ ରାୟପୁର ଯିବା ସହ ଚଣ୍ଡୀଗଡ଼ ଯାଇ 18 ତାରିଖରେ ରାୟପୁର ଦେଇ ଓଡି଼ଶା ଫେରିଛନ୍ତି । ତାପରେ 19 ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆଖୁ କିଆରିରୁ ଗିରଫ ହୋଇଛି ।