ଭୁବନେଶ୍ବର: ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନରେ ଦୁର୍ନୀତିକୁ ନେଇ ସାମ୍ବାଦିକ ସମ୍ମିଳନୀ କରିଛି କଂଗ୍ରେସ । ଏହି ଘଟଣାରେ ଜୁଡିସିଆଲ ତଦନ୍ତ ଦାବି କରିଛି ଛାତ୍ର କଂଗ୍ରେସ । ତେବେ ଦାବି ପୂରଣ ନ ହେଲେ ଛାତ୍ର କଂଗ୍ରେସ ସମସ୍ତ ଜିଲ୍ଲାରେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ଚେତାବନୀ ଦେଇଛି ଦଳ ।
OSSC ବିଭାଗ ଦୁର୍ନୀତିକୁ ନେଇ କଂଗ୍ରେସର ଜୁଡିସିଆଲ ତଦନ୍ତ ଦାବି ଏହି ଘଟଣାକୁ ନେଇ 5T ସରକାରଙ୍କୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ବିଧାୟକ ଦେବାଶିଷ ପଟ୍ଟନାୟକ । ରାଜ୍ୟରେ 5T ଅକ୍ଷରେ ଅକ୍ଷରେ ପାଳନ ହେଉଛି ବୋଲି ସେ କଟାକ୍ଷ କରି କହିଛନ୍ତି । ରାଜ୍ୟରେ ଟ୍ରାନ୍ସପରେନ୍ସି ବୋଲି କିଛି ନାହିଁ । ଜଣେ ବ୍ୟକ୍ତିଗତ ସହାୟକ ବିରଞ୍ଚି ବାବୁଙ୍କ ଘରୁ କୋଟି କୋଟି ଟଙ୍କା ସହ ଆଡ଼ମିଟ କାର୍ଡ ମିଳିଛି । ସେପଟେ କମିଶନ ଅଧ୍ୟକ୍ଷ ନିର୍ମଳ ମିଶ୍ର କହୁଛନ୍ତି ସେ ଜାଣି ନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ପରୀକ୍ଷା ନୋଟିଫିକେସନ ବାହାରିବାର 4/5 ବର୍ଷ ପରେ ପରୀକ୍ଷା କାହିଁକି ବିଳମ୍ବ ହେଉଛି ବୋଲି ସେ ପ୍ରଶ୍ନ କରିଛନ୍ତି ।
କୋଟି କୋଟି ଯୁବକଙ୍କ ସ୍ବପ୍ନ ଓ ଜୀବିକ ସହ ଖେଳୁଛନ୍ତି ସରକାର । ସେପଟେ ତଦନ୍ତକୁ ନେଇ ମଧ୍ୟ କଂଗ୍ରେସ ପ୍ରଶ୍ନ କରିଛି । ଜେରା ବେଳେ ୨/୩ ଜଣ ଜୁଡିସିଆଲ ଅଫିସରଙ୍କୁ ଉପସ୍ଥିତ ରଖିବା ପାଇଁ କଂଗ୍ରେସ ଦାବି କରିଛି । ତଦନ୍ତ ଚାଲିଥିବା ବେଳେ ossc ବିଭାଗର ସଦସ୍ୟ ଓ ଚେୟାରମ୍ୟାନ ଇସ୍ତଫା ଦିଅନ୍ତୁ ବୋଲି ମଧ୍ୟ କହିଛି କଂଗ୍ରେସ । ବିରଞ୍ଚି 26 ବର୍ଷ ଭିତରେ କେଉଁ କେଉଁ ଚେୟାରମ୍ୟାନଙ୍କ ସହ କାମ କରିଛନ୍ତି ତାଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ ବୋଲି ମଧ୍ୟ ସେ ଦାବି କରିଛନ୍ତି ।
ଦାବି ନ ଶୁଣାଗଲେ ଛାତ୍ର କଂଗ୍ରେସ ରାଜ୍ୟର ଯୁବ ଗୋଷ୍ଠୀଙ୍କୁ ଆଗକୁ ବିଧାନସଭାଠାରୁ ଆରମ୍ଭ କରି ନବୀନ ନିବାସ ଘେରାଉ କରିବ ବୋଲି ଛାତ୍ର କଂଗ୍ରେସ ସଭାପତି ୟାଶୀର ନବାଜ କହିଛନ୍ତି । ବୃହତ୍ତର ସ୍ବାର୍ଥକୁ ଦୃଷ୍ଟିର ରଖି ଛାତ୍ର କଂଗ୍ରେସ ଚୁପ ବସିବ ନାହିଁ ବୋଲି ସେ କହିଛନ୍ତି ।
ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ