ଓଡିଶା

odisha

ETV Bharat / city

Justice For Mamita: SIT ତଦନ୍ତ ଦାବି କଲା କଂଗ୍ରେସ - Chellakumar statement

ମମିତା ମେହେର ହତ୍ୟାକାଣ୍ଡରେ SIT ତଦନ୍ତ ଦାବି କରିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର । ଅଧିକ ପଢ଼ନ୍ତୁ

congress demanded an SIT investigation in Mamita Meher murder case
Justice For Mamita: SIT ତଦନ୍ତ ଦାବି କଲା କଂଗ୍ରେସ

By

Published : Nov 19, 2021, 7:08 PM IST

ଭୁବନେଶ୍ବର:ମମିତା ମେହେର ହତ୍ୟାକାଣ୍ଡରେ SIT ତଦନ୍ତ ଦାବି କରିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର । ମମିତା ମେହେର ହତ୍ୟାକାଣ୍ଡକୁ ନେଇ ସାରା ରାଜ୍ୟ ଉଠୁଛି ପଡ଼ୁଛି । ବିରୋଧୀ ଦଳ ଏହି ଘଟଣାର ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ଅଭିଯୋଗ କରିଛନ୍ତି । ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ପ୍ରତିବାଦ କରୁଛନ୍ତି ଉଭୟ କଂଗ୍ରେସ ଓ ବିଜେପି କର୍ମୀ ।

Justice For Mamita: SIT ତଦନ୍ତ ଦାବି କଲା କଂଗ୍ରେସ

ତେବେ ଆଜି ଏହି ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର । ଘଟଣାର ସିବିଆଇ ତଦନ୍ତ ଦାବି ହେଉଛି । ତେବେ ସିବିଆଇ ତଦନ୍ତ ଉପରେ କଂଗ୍ରେସର ଭରସା ନାହିଁ ବୋଲି କହିଛନ୍ତି ଚେଲ୍ଲାକୁମାର । ଏଥିପାଇଁ ଘଟଣାର ସତ୍ୟାସତ୍ୟ ପଦାକୁ ଆଣିବାକୁ ହାଇକୋର୍ଟ ବିଚାରପତିଙ୍କ ତତ୍ତ୍ବାବଧାନରେ SIT ଗଠନ କରି ତଦନ୍ତ କରାଇବାକୁ ଦାବି ହୋଇଛି । ବିଜେପି ମମିତା ହତ୍ୟାକାଣ୍ଡକୁ ନେଇ ନାଟକ କରୁଛି । ସିବିଆଇ ଉପରେ ବିଜେପିର ଭରସା ନାହିଁ । ତାହା ହୋଇଥିଲେ ଉତ୍ତର ପ୍ରଦେଶ ଓ ମଧ୍ୟ ପ୍ରଦେଶ ଘଟଣାରେ କାହିଁକି ବିଜେପି ସିବିଆଇକୁ ମାମଲା ହସ୍ତାନ୍ତର କରିନାହିଁ ବୋଲି ପ୍ରଶ୍ନ କରିଛନ୍ତି ଏ. ଚେଲ୍ଲାକୁମାର ।

ଓଡ଼ିଶା କଂଗ୍ରେସ ପ୍ରଭାରୀ ଏ. ଚେଲ୍ଲାକୁମାର କହିଛନ୍ତି ଯେ, "ଉତ୍ତରପ୍ରଦେଶ ଖେରୀ ଘଟଣା ପରେ ଆମେ ଆମ ମଧ୍ୟ ବିଚାରପତିଙ୍କ ତତ୍ତ୍ବବଧାନରେ SIT ତଦନ୍ତ ପାଇଁ ଦାବି କରିଥିଲୁ । ସୁପିର୍ମକୋର୍ଟ ବର୍ତ୍ତମାନ SIT ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଓଡ଼ିଶାରେ ମଧ୍ୟ ଏହି ଘଟଣାକୁ ନେଇ କଂଗ୍ରେସର ଦାବି ସମାନ ରହିଛି । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ସବୁବେଳେ ମହାଲିଙ୍ଗ କଲେଜକୁ ଯାଉଥିଲେ । କଲେଜକୁ ଗଲେ ସିଏ ଯୁବକ ଫିଲ୍‌ କରୁଥିଲେ ବୋଲି ମନ୍ତ୍ରୀ ନିଜେ କହିଛନ୍ତି ।"

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details