ଓଡିଶା

odisha

ETV Bharat / city

ବିଷ୍ଣୁଙ୍କ ବିବାଦୀୟ ମନ୍ତବ୍ୟ, କ୍ଷମା ମାଗିବାକୁ କଂଗ୍ରେସର ଦାବି - ବିଷ୍ଣୁଙ୍କ ବିବାଦୀୟ ମନ୍ତବ୍ୟ

ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ ତେଜିଲା ରାଜନୀତି । ବିଷ୍ଣୁଙ୍କ ବେଶ୍ୟା ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ କଂଗ୍ରେସର ଦାବି ।

ଡିଜାଇନ ଫଟୋ

By

Published : Aug 1, 2019, 6:59 PM IST

Updated : Aug 1, 2019, 7:19 PM IST

ଭୁବନେଶ୍ବର: ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀଙ୍କ ବୟାନକୁ ନେଇ ତେଜିଲା ରାଜନୀତି । ବିଷ୍ଣୁଙ୍କ ବେଶ୍ୟା ମନ୍ତବ୍ୟ ପାଇଁ କ୍ଷମା ମାଗିବାକୁ କଂଗ୍ରେସର ଦାବି । ଏନେଇ ବିଧାନସଭା ଭିତରେ ଓ ବାହାରେ କଂଗ୍ରେସର ପ୍ରତିବାଦ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ବିଧାନସଭାରେ ବିରୋଧୀ ଦଳ ଉପନେତା ଟ୍ରିପଲ ତଲାକ ବିଲ ଉପରେ ଆଲୋଚନା ସମୟରେ କହିଥିଲେ ଯେ, ବିଭିନ୍ନ ପତ୍ର ପତ୍ରିକା ରିପୋର୍ଟ ଆଧାରରେ ତଲାକ ପରେ ଅନେକ ମୁସଲମାନ ମହିଳା ବେଶ୍ୟା ବୃତ୍ତି କରିଥାନ୍ତି । ଏହାକୁ ନେଇ ପ୍ରଥମେ ଗୃହରେ ଉଭୟ ବିଜେଡି ଓ କଂଗ୍ରେସ ବିରୋଧ ପ୍ରଦର୍ଶନ କରିଥିଲେ ।

ତେବେ ଏହାପରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନାରୀ ମାନଙ୍କ ପ୍ରତି ଏଭଳି ଆଚରଣ ଶୋଭନୀୟ ନୁହେଁ ବୋଲି ଦର୍ଶାଇବା ସହ ଏହା ଆମ ସଂସ୍କୃତିର ବିରୋଧାଚରଣ କରେ ବୋଲି କହିଛନ୍ତି । ଏହାସହ ବିଷ୍ଣୁ ସେଠୀ ତାଙ୍କର ଏହି ମନ୍ତବ୍ୟ ପାଇଁ କ୍ଷମା ମାଗନ୍ତୁ ବୋଲି କହିଛନ୍ତି ନିରଞ୍ଜନ । ଯଦି କ୍ଷମା ନ ମାଗନ୍ତି ତେବେ ବିଧାନସଭା ଚାଲିବା ଯାଏଁ କଂଗ୍ରେସ ଶାନ୍ତି ପୂର୍ଣ ଧାରଣା ଦେବ ବୋଲି ସେ ଦର୍ଶାଇଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

Last Updated : Aug 1, 2019, 7:19 PM IST

ABOUT THE AUTHOR

...view details