ଭୁବନେଶ୍ବର: ବହୁ ଆଲୋଚନା ପର୍ଯ୍ୟାଲୋଚନା ପରେ ଆଜି କଂଗ୍ରେସ ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି । 7ଟି ଲୋକସଭା ପାଇଁ ଓ 20 ବିଧାନସଭା ଆସନ ପାଇଁ ଦଳ ପ୍ରାର୍ଥୀ ତାଲିକା ଦେଇଛି । ପୁରୀ, ଢେଙ୍କାନାଳ, କେନ୍ଦ୍ରାପଡା, ଜଗତସିଂହପୁର, ଭଦ୍ରକ, ବାଲେଶ୍ୱର ଓ କେନ୍ଦୁଝର ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି ।
ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର ସାମ୍ବାଦିକରୁ ନେତା ପାଲଟିଥିବା ସତ୍ୟ ପ୍ରକାଶ ନାୟକଙ୍କୁ କଂଗ୍ରେସ ପୁରୀ ଲୋକସଭା ଆସନ ପାଇଁ ଟିକେଟ୍ ଦେଇଛି । ସେବିଜେଡ଼ିର ପିନାକୀମିଶ୍ର ଓ ବିଜେପିର ସମ୍ବିତ ପାତ୍ରଙ୍କ ସହ ପ୍ରତିଦ୍ୱନ୍ଦ୍ୱିତା କରିବେ । ଏହି ଆସନ ପାଇଁ ଶାସକ ଦଳ ହେବିୱେଟ୍ ନେତା ପିନାକୀମିଶ୍ରଙ୍କୁ ଓହ୍ଲାଇଥିବା ବେଳେ ବିଜେପି ସମ୍ବିତ ପାତ୍ରଙ୍କୁ ମଇଦାନକୁ ଓହ୍ଲାଇଛି। ଚଳିତ ଥର ପୁରୀରେ ଲୋକସଭା ଆସନ ପାଇଁ ଜୋରଦାର ମୁକାବିଲା ଦେଖିବାକୁ ମିଳିବ ।
ଟିକେଟ୍ ପାଇବା ପରେ ଖୁସି ବ୍ୟକ୍ତ କରିଛନ୍ତି କଂଗ୍ରେସର ଲୋକସଭା ପ୍ରାର୍ଥୀ ସତ୍ୟ ପ୍ରକାଶ ନାୟକ। ସେ କହିଛନ୍ତି ଚଳିତ ଥର ସତ୍ୟ ବନାମ ମିଥ୍ୟାର ଲଢେଇ ଦେଖିବାକୁ ମିଳିବ ।
ସେହିପରି ଦଳ ଢେଙ୍କାନାଳ ପାଇଁ କାମାକ୍ଷା ପ୍ରସାଦ ସିଂଦେଓଙ୍କ ଉପରେ ଆସ୍ଥା ପ୍ରକଟ କରିଛି । କେନ୍ଦ୍ରାପଡା - ଧରଣୀଧର ନାୟକ, ଜଗତସିଂହପୁର -ପ୍ରତିମା ମଲ୍ଲିକ, ଭଦ୍ରକ -ମଧୁମିତା ସେଠୀ, ବାଲେଶ୍ୱର-ନବଜ୍ୟୋତି ପଟ୍ଟନାୟକ ଓ କେନ୍ଦୁଝର-ଫକୀରମୋହନ ନାୟକଙ୍କୁ ପ୍ରାର୍ଥୀ କରିଛି ।
ନଜର ପକାନ୍ତୁ କଂଗ୍ରେସର 20ଟି ବିଧାନସଭା ପ୍ରାର୍ଥୀ ତାଲିକା ଉପରେ -
ଧାମନଗର-ବିଦ୍ୟାଧର ଜେନା
ନିଆଳି-ମମତା ଭୋଇ
ପୁରୀ-ଅରୋ ପ୍ରସାଦ ମିଶ୍ର
ତେଲକୋଇ-ମୋହନା ହେମ୍ବ୍ରମ
ଭୋଗରାଇ-ସତ୍ୟ ଶିବ ଦାସ
ବିଞ୍ଝାରପୁର-ମନୋରଞ୍ଜନ ଦାସ
ମାହାଙ୍ଗା-ଦେବେନ୍ଦ୍ର କୁମାର ସାହୁ
ପାଟଣା- ଗୋପେଶ୍ଵର ନାୟକ
ଯଶିପୁର-ମହେନ୍ଦ୍ର ନାୟକ
ଉଦଳା-ବେଣୁଧର ମହାପାତ୍ର
ବାରିପଦା-ଦାଶରଥ ସିଂ
ରେମୁଣା- ପ୍ରତାପ ସେଠି
ବାସୁଦେବପୁର-ଅଶୋକ ଦାସ
ବରି -ଉମେଶ ଜେନା
ସୁକିନ୍ଦା- ଶରତ ରାଉତ
ପରଜଙ୍ଗ-ଜଶସ୍ଵୀନି ରାଉତ
ନିଆଳି-ମମତା ଭୋଇ
ପାଟକୁରା -ଜୟନ୍ତ ମହାନ୍ତି
ନୟାଗଡ଼- ମନୋରଞ୍ଜନ ସାହୁ
ତିର୍ତୋଲ -ବିଭୁପ୍ରସାଦ ତରାଇ
ଭୁବନେଶ୍ବରରୁ ତପନ କୁମାର ଦାସ ଓ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ