ଭୁବନେଶ୍ବର: କ୍ରମାଗତ ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ପୁଣି ଗର୍ଜିଲା କଂଗ୍ରେସ । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୋଧରେ ପ୍ରଦର୍ଶନ କରିଛି ରାଜ୍ୟ କଂଗ୍ରେସ ।
ଦରବୃଦ୍ଧି ବିରୋଧରେ କଂଗ୍ରେସର ସାଇକେଲ ରାଲି
ବଢ଼ୁଥିବା ପେଟ୍ରୋଲ ଓ ଡିଜେଲ ଦରକୁ ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନମାରଣ ନୀତି ବିରୋଧରେ ସାଇକେଲ ରାଲି କରି ବିରୋଧ ପ୍ରଦର୍ଶନ କରିଛି ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ...
ଦରବୃଦ୍ଧି ବିରୋଧରେ କଂଗ୍ରସର ସାଇକେଲ ରାଲି
ବୁଧବାର ସକାଳ 10ଟାରେ ଦରଦାମ ବୃଦ୍ଧିକୁ ବିରୋଧ କରି କଂଗ୍ରେସ ଭବନରୁ ଏକ ସାଇକେଲ ରାଲି ବାହାରି ଭୁବନେଶ୍ବର ସହର ପରିକ୍ରମା କରିଥିଲା । ଏହି ସାଇକେଲ ରାଲିରେ ପିସିସି ସଭାପତି ନିଞ୍ଜନ ପଟ୍ଟନାୟକ, କଂଗ୍ରେସର ବରିଷ୍ଠ ନେତା ସୁର ରାଉତରାୟ, ସନ୍ତୋଷ ସିଂହ ସାଲୁଜା, ପ୍ରଦୀପ ମାଝି, AICC ର ସମ୍ପାଦକ ରୁଦ୍ର ରାଜୁ, ଖଡ଼ିଆଳ ବିଧାୟକ ଆଦି ପ୍ରମୁଖ ନେତା ସାମିଲ ହୋଇଥିଲେ ।
ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ