ଭୁବନେଶ୍ବର: ଗଣମାଧ୍ୟମ ପ୍ରତିନିଧିଙ୍କୁ ଗଣଶିକ୍ଷା ବିଭାଗର ନାଲି ଆଖି । ସ୍କୁଲକୁ କ୍ୟାମେରା ନେଇ ଆସିଲେ ଥାନାରେ ଏତଲା ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି କଙ୍କଡାହାଡ଼ ବ୍ଲକ ଶିକ୍ଷା ଅଧିକାରୀ । ଏହାକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ।
ସାମ୍ବାଦିକଙ୍କୁ ଗଣଶିକ୍ଷା ବିଭାଗର ନାଲି ଆଖି: କଂଗ୍ରେସର ସମାଲୋଚନା - ସାମ୍ବାଦିକଙ୍କୁ ଗଣଶିକ୍ଷା ବିଭାଗର ନାଲି ଆଖି
ଗଣମାଧ୍ୟମ ପ୍ରତିନିଧିଙ୍କୁ ଗଣଶିକ୍ଷା ବିଭାଗର ନାଲି ଆଖି । ସ୍କୁଲକୁ କ୍ୟାମେରା ନେଇ ଆସିଲେ ଥାନାରେ ଏତଲା ପ୍ରଧାନଶିକ୍ଷକଙ୍କୁ ଚିଠି ଲେଖିଛନ୍ତି କଙ୍କଡାହାଡ଼ ବ୍ଲକ ଶିକ୍ଷା ଅଧିକାରୀ । ଏହାକୁ କଠୋର ଭାଷାରେ ସମାଲୋଚନା କରିଛନ୍ତି ବରିଷ୍ଠ ଆଇନଜୀବୀ ତଥା କଂଗ୍ରେସ ନେତା ନିଶିକାନ୍ତ ମିଶ୍ର । ଅଧିକ ପଢନ୍ତୁ
ନିଶିକାନ୍ତ କହିଛନ୍ତି ଯେ, "ରାଜ୍ୟ ସରକାର ବିଭିନ୍ନ ବିଭାଗରେ ସ୍ୱଚ୍ଛତା ଆଣିବା ଲାଗି ଏକ ବିଭାଗ ବିହୀନ ସଚିବ ନିଯୁକ୍ତ କରିଛନ୍ତି । ଯେଉଁ ସଚିବଙ୍କ ଅଧୀନରେ ଗଣଶିକ୍ଷା ବିଭାଗ ମଧ୍ୟ ଆସୁଛି । ତାହାର ଦେଖାରଖା ମଧ୍ୟ ସେ କରୁଛନ୍ତି । ଯଦି ସରକାର ସ୍ୱଚ୍ଛତା ପାଇଁ ନକଲି ସଚିବ ନିଯୁକ୍ତି ଦେଇଛନ୍ତି, ତାହାଲେ ସ୍କୁଲକୁ ଗଣମାଧ୍ୟମର ପ୍ରବେଶ ନେଇ ସରକାରଙ୍କର ଡର କାହିଁକି ?"
2013 ମସିହାରେ ସ୍ୱାସ୍ଥ୍ୟ ବିଭାଗର ନଗ୍ନ ଚିତ୍ର ଗଣମାଧ୍ୟମ ଦେଖାଇଲା, "ସେତେବେଳେ ସରକାର ଭୟଭୀତ ହୋଇଥିଲେ । ପ୍ରଥମେ SCBରେ ଗଣମାଧ୍ୟମ ପ୍ରବେଶ ଉପରେ କଟକଣା ଲଗାଇଥିଲେ । ଏନେଇ ଜନସ୍ବାର୍ଥ ମାମଲା ରୁଜ୍ଜୁ ହୋଇଥିଲା । ଯଦି ହସ୍ପିଟାଲରେ ଗଣମାଧ୍ୟମର ପ୍ରବେଶକୁ ବାରଣ କରାଯାଇଛି, ତେବେ ଗଣମାଧ୍ୟମକୁ ସୂଚନା ଦେବା ବାବଦରେ କଣ ବ୍ୟବସ୍ଥା କରାଯାଇଛି ବୋଲି ବିଚାରପତି ପ୍ରଶ୍ନ କରିଥିଲେ । ହେଲେ ସରକାର କିଛି ଉତ୍ତର ଦେଇନଥିଲେ ।
ପରବର୍ତ୍ତୀ ସମୟରେ ସଚିବାଳୟରେ ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରବେଶକୁ ବାରଣ କରାଯାଇଛି । ଯେହେତୁ SCB ଓ ଲୋକସେବା ଭବନକୁ ଗଣମାଧ୍ୟମର ପ୍ରବେଶକୁ ରୋକିବାରେ ସରକାର ସଫଳ ହୋଇଛନ୍ତି । ତେଣୁ ଏହା ସରକାରଙ୍କର ଗଣମାଧ୍ୟମ ବରୋଧରେ ତୃତୀୟ ପଦକ୍ଷେପ । ଜନମଙ୍ଗଳ ରାଷ୍ଟ୍ରରେ ସ୍ୱାସ୍ଥ୍ୟ ଓ ଶିକ୍ଷା ସରକାରଙ୍କର ପ୍ରଥମ ଦାୟୀତ୍ୱ । ସ୍ୱାସ୍ଥ୍ୟ ବିଭାଗର ନଗ୍ନ ନମୁନା ଲୋକ ଦେଖିଥିଲେ । ଏବେ ଶିକ୍ଷାର ଦେଖିଲେ । ତେଣୁ ଆଗକୁ ଆଉ କୌଣସି ବିଭାଗର ଚିତ୍ର ନଦେଖିବାକୁ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ନିଶିକାନ୍ତ ଅଭିଯୋଗ କରିଛନ୍ତି ।
ଇଟିଭି ଭାରତ, ଭୁବନେଶ୍ବର