ଓଡିଶା

odisha

ETV Bharat / city

ତୈଳ ଦର ବୃଦ୍ଧି ପରେ କେନ୍ଦ୍ର ସରକାରଙ୍କୁ ଘେରିଲା ରାଜ୍ୟ କଂଗ୍ରେସ - କେନ୍ଦ୍ର ସରକାରଙ୍କୁ ଘେରିଲା ରାଜ୍ୟ କଂଗ୍ରେସ

ଦୀର୍ଘଦିନ ବ୍ୟବଧାନ ପରେ ଆଜି ପୁଣି ବଢିଛି ତୈଳ ଦର । ଲିଟର ପିଛା 80 ପଇସା ବଢିଛି। ପାଞ୍ଚ ରାଜ୍ୟ ନିର୍ବାଚନ ପରେ ଆଜି ତୈଳ ଦର ବୃଦ୍ଧି ପାଇଛି । କଂଗ୍ରେସ ଏହାକୁ ସହଜରେ ଗ୍ରହଣ କରି ପାରିନାହିଁ । ଅଧିକ ପଢନ୍ତୁ

ତୈଳ ଦର ବୃଦ୍ଧି ପରେ କେନ୍ଦ୍ର ସରକାରଙ୍କୁ ଘେରିଲା ରାଜ୍ୟ କଂଗ୍ରେସ
ତୈଳ ଦର ବୃଦ୍ଧି ପରେ କେନ୍ଦ୍ର ସରକାରଙ୍କୁ ଘେରିଲା ରାଜ୍ୟ କଂଗ୍ରେସ

By

Published : Mar 22, 2022, 9:36 PM IST

ଭୁବନେଶ୍ବର: ଦୀର୍ଘଦିନ ବ୍ୟବଧାନ ପରେ ଆଜି ପୁଣି ବଢିଛି ତୈଳ ଦର। ଲିଟର ପିଛା 80 ପଇସା ବଢିଛି। ପାଞ୍ଚ ରାଜ୍ୟ ନିର୍ବାଚନ ପରେ ଆଜି ତୈଳ ଦର ବୃଦ୍ଧି ପାଇଛି। କଂଗ୍ରେସ ଏହାକୁ ସହଜରେ ଗ୍ରହଣ କରି ପାରିନାହିଁ । ଏନେଇ ରାଜ୍ୟ କଂଗ୍ରେସ ମୁଖପାତ୍ର ମନୋଜ ମହାପାତ୍ର କହିଛନ୍ତି କେନ୍ଦ୍ର ସରକାରଙ୍କ ଉପରେ ଦୋଷ ଲଦିଛି । ପେଟ୍ରୋଲ ଡିଜେଲ ଗ୍ୟାସ ଦରବୄଦ୍ଧି ଲୋକଙ୍କ ଦେହସୁହା ଏବଂ ସରକାରଙ୍କ ଦେହସୁହା। ସେତେବେଳେ କହୁଥିଲେ କମ୍ପାନୀ ବଢେଇଲା ଏବେ କହୁଛନ୍ତି ଯୁଦ୍ଧ ପାଇଁ ବଢୁଛି ।

ତୈଳ ଦର ବୃଦ୍ଧି ପରେ କେନ୍ଦ୍ର ସରକାରଙ୍କୁ ଘେରିଲା ରାଜ୍ୟ କଂଗ୍ରେସ

ନିର୍ବାଚନ ଆସିଲେ ଦରବୄଦ୍ଧି ହେଉନାହିଁ ନିର୍ବାଚନ ସରିଲେ ଦରବୄଦ୍ଧି ନିଶ୍ଚିତ ହେବ। ଚିରାଚରିତ ଢଙ୍ଗରେ ସରକାର କରୁଛନ୍ତି ଏଥିରେ କିଛି ନୂଆ କଥା ନାହିଁ ଲୋକଙ୍କୁ ଭୋଗିବାକୁ ପଡିବ। ୟୁପିଏ ସରକାର ସମୟରେ କ୍ରୁଡ ଅଏଲ ଦର କେତେ ଥିଲା ବର୍ତ୍ତମାନ କେତେ ଅଛି । ସମପରିମାଣରେ ପେଟ୍ରୋଲ ଡିଜେଲ ଗ୍ୟାସ ଦର ହୁ ହୁ ହୋଇ ବଢୁଛି। ସରକାର ଚିନ୍ତା କରିବା ଦରକାର ବିରୋଧୀ ଦଳରେ ଥିବାବେଳେ କଣ କହୁଥିଲୁ ଏବେ କଣ କରୁଛୁ। ଯୁଦ୍ଧ ପାଇଁ ତୈଳ ଦର ବୄଦ୍ଧି ଘଟୁଥିବା କହୁଛନ୍ତି ଅନ୍ୟ ପଟେ କହୁଛନ୍ତି ଋଷ କମ ଦାମରେ ତେଲ ଦେବ। କେଉଁଟା ଠିକ ସରକାର କୁହନ୍ତୁ।

ସେହିପରି କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ବିଜେପି ଓ ବିଜେଡି ସରକାରଙ୍କ ଭୁଲ ଅର୍ଥନୈତିକ ନୀତି ଯୋଗୁଁ ଉଭୟ କେନ୍ଦ୍ର ଓ ରାଜ୍ୟରେ ସମ୍ବଳର ଘୋର ଅଭାବ ଦେଖାଯାଇଛି। ଏହାର ପୂର୍ତ୍ତି ନିମନ୍ତେ ତୈଳ ଦର ବୃଦ୍ଧି କରି ସାଧାରଣ ଜନତାଙ୍କ ଠାରୁ ଲୁଟ କରାଯାଉଛି। ଯେଉଁ ପର୍ଯ୍ୟନ୍ତ ଜନସାଧାରଣ ସଚେତନ ହୋଇନାହାଁନ୍ତି ସେ ପର୍ଯ୍ୟନ୍ତ ତୈଳ ଦର ବୃଦ୍ଧି ହେଉଥିବ। ସରକାର ଜାଣି ଗଲେଣି ଅହେତୁକ ତୈଳ ଦର ବୃଦ୍ଧି ଲୋକଙ୍କ ଉପରେ କୌଣସି ଫରକ ପଡିବନାହିଁ ବୋଲି ନିରଞ୍ଜନ କହିଛନ୍ତି ।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details