ଭୁବନେଶ୍ବର: ବେଙ୍ଗାଲୁରୁରେ ହେବ ଇନଭେଷ୍ଟର୍ସ ମିଟ୍ । ନିବେଶକାରୀଙ୍କ ସହ ହେବ ୱାନ ଟୁ ୱାନ ଆଲୋଚନା । ଆସିବ ପୁଞ୍ଜି, ବଢିବ ନିଯୁକ୍ତି, ସୁଦୃଢ ହେବ ଅର୍ଥନୀତି । ତେବେ ସରକାରଙ୍କ ଏଭଳି କାର୍ଯ୍ୟକ୍ରମକୁ ପ୍ରହସନ ବୋଲି କହିଛନ୍ତି ବରିଷ୍ଠ କଂଗ୍ରେସ ବିଧାୟକ ସୁର ରାଉତରାୟ ।
ପୁଞ୍ଜିନିବେଶର ନେକ୍ସଟ ଡେଷ୍ଟିନେସନ ପାଲଟିଛି ଓଡ଼ିଶା । ଦୁବାଇ, ଅହମ୍ମଦାବାଦ, ଦିଲ୍ଲୀ, ମୁମ୍ବାଇ ପରେ ଏବେ ବେଙ୍ଗାଲୁରୁ । ନିବେଶକାରୀଙ୍କ ସହ ଆଲୋଚନା କରିବେ ରାଜ୍ୟ ସରକାର । ଓଡ଼ିଶାରେ ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ କଣ କଣ ସୁଯୋଗ ରହିଛି ତାହା ନିବେଶକାରୀଙ୍କୁ ବୁଝାଇେବେ ରାଜ୍ୟ ସରକାର । ଓଡ଼ିଶାରେ ବିଶେଷକରି ପର୍ଯ୍ୟଟନ, ଖାଦ୍ୟ ପ୍ରକ୍ରିୟାକରଣ, ଖଣି, ଆଇଟି ଆଦି କ୍ଷେତ୍ରରେ କଣ ସୁଯୋଗ ରହିଛି ଓ ରାଜ୍ୟ ସରକାର କି ସହଯୋଗ କରିବେ ତାହା ମଧ୍ୟ ନିବେଶକାରୀଙ୍କୁ ଅବଗତ କରାଇବେ ।