ଓଡିଶା

odisha

ETV Bharat / city

ନିଆଁ ଲଗାଉଛି ବାଉନ୍ସର ଘଟଣା; ଇତିଶଙ୍କ ଟାର୍ଗେଟରେ ନିରଞ୍ଜନ - ନିଆଁ ଲଗାଉଛି ବାଉନ୍ସର ଘଟଣା

କଂଗ୍ରେସକୁ ଅଣ ନିଶ୍ବାସୀ କଲାଣି ବାଉନ୍ସର ମାମଲା । ଖୋଦ ନିଜ ଦଳୀୟ ନେତାଙ୍କ ଟାର୍ଗେଟରେ ପିସିସ ସଭାପତି । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

congress-commitee-on-bouncer
congress-commitee-on-bouncer

By

Published : Jan 23, 2020, 8:55 PM IST

Updated : Jan 23, 2020, 9:36 PM IST

ଭୁବନେଶ୍ବର: କଂଗ୍ରେସ ଭବନରେ ବାଉନ୍ସର ପ୍ରସଙ୍ଗରେ ପଡୁଛି ଉଠୁଛି ସାରା ରାଜ୍ୟ । ଥମିବାର ନାଁ ଧରୁନି ନିଆଁ । ସେପଟେ ପିସିସି ପକ୍ଷରୁ ଏହାର ତଦନ୍ତ ନେଇ ପୂର୍ବତନ ସାଂସଦ ରଞ୍ଜୀବ ବିଶ୍ବାଳଙ୍କ ଅଧ୍ୟକ୍ଷତାରେ ୩ ଜଣିଆ କମିଟି ଗଠନ କରାଯାଇଛି । ବରିଷ୍ଠ କଂଗ୍ରେସ ନେତା ବଟକୃଷ୍ଣ ତ୍ରିପାଠୀ ଏବଂ ଯୁବ ନେତା ନିଷିକାନ୍ତ ମିଶ୍ର ଏହି କମିଟିର ସଦସ୍ୟ ରହିଛନ୍ତି । ପିସିସି ପକ୍ଷରୁ ଗଠିତ ଏହି କମିଟିକୁ ନେଇ କଟାକ୍ଷ କରିଛନ୍ତି ଖୋଦ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ ।

ନିଆଁ ଲଗାଉଛି ବାଉନ୍ସର ଘଟଣା; ଇତିଶଙ୍କ ଟାର୍ଗେଟରେ ନିରଞ୍ଜନ


ତଦନ୍ତ କମିଟି ଗଠନକୁ ନେଇ ନିନ୍ଦା କଲେ ପୂର୍ବତନ ଛାତ୍ର କଂଗ୍ରେସ ସଭାପତି ଇତିଶ ପ୍ରଧାନ । ଚୋର ହାତରେ ଚାବିକାଠି ଭଳି ବାଉନ୍ସର ନିରଞ୍ଜନ ଏବଂ ତାଙ୍କ ପୁଅ ନବଜ୍ୟୋତି ଆଣିଥିଲେ । ତଦନ୍ତ ବାହାନାରେ ସେ ଏ ଘଟଣାକୁ ଚପାଇବାକୁ ଚେଷ୍ଟା କରୁଛନ୍ତି । ଏହା ଏକ ସୁଚିନ୍ତିତ ଘଟଣା ବୋଲି କହିଛନ୍ତି ଇତିଶ ।

ନିଜ ଉପରୁ ଦୋଷ ହଟେଇବାକୁ ଏ ତଦନ୍ତ ଚାଲ କରୁଛନ୍ତି ନିରଞ୍ଜନ । ପୁଅକୁ ବଞ୍ଚେଇବାକୁ ହୀନ ପ୍ରୟାସ କରୁଛନ୍ତି ନିରଞ୍ଜନ । ତେବେ ଏ ତଦନ୍ତକୁ ନେଇ ନିରଞ୍ଜନଙ୍କୁ ଆହ୍ବାନ ଦେଇଛନ୍ତି ଇତିଶ । ସେ କହିଛନ୍ତି, ଯଦି ସତ ସାହାସ ଅଛି ତେବେ ନିରଞ୍ଜନ ଆସନ୍ତୁ ପୋଲିସ ପାଖକୁ ଯିବା, ପୋଲିସର କାର୍ଯ୍ୟାନୁଷ୍ଠାନରେ ଶିଥିଳତା ନେଇ ପ୍ରଶ୍ନ କରିବା । ଯଦି ନିରଞ୍ଜନ ଭୁଲ କରିଛନ୍ତି ତାହେଲେ କ୍ଷମା ମାଗ ବୋଲି ଦାବି କରିଛନ୍ତି ଇତିଶ ।

ଭବୁନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

Last Updated : Jan 23, 2020, 9:36 PM IST

ABOUT THE AUTHOR

...view details