ଓଡିଶା

odisha

ମୌସୁମୀ ଅଧିବେଶନ ପାଇଁ କଂଗ୍ରେସ ବିଧାୟକ ଦଳ ବୈଠକ

ଶେଷ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ । ସରକାରଙ୍କୁ ଘେରିବା ପାଇଁ ଏଜେଣ୍ଡା ପ୍ରସ୍ତୁତ କଲା କଂଗ୍ରେସ । ଅଧିକ ପଢନ୍ତୁ...

By

Published : Aug 31, 2021, 10:14 PM IST

Published : Aug 31, 2021, 10:14 PM IST

Congress clp meeting
କଂଗ୍ରେସ ବିଧାୟକ ଦଳ ବୈଠକ ଶେଷ

ଭୁବନେଶ୍ବର: ଶେଷ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ । ସରକାରଙ୍କୁ ଘେରିବା ପାଇଁ ଏଜେଣ୍ଡା ପ୍ରସ୍ତୁତ କଲା କଂଗ୍ରେସ । ରାଜ୍ୟବାସୀଙ୍କ ସ୍ବାର୍ଥ ପ୍ରସଙ୍ଗକୁ ବିଧାନସଭାରେ ଉଠାଇବ କଂଗ୍ରେସ ।

କଂଗ୍ରେସ ବିଧାୟକ ଦଳ ବୈଠକ ଶେଷ

ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରିବ କଂଗ୍ରେସ। କଂଗ୍ରେସ ବିଧାୟକ ଦଳ ବୈଠକ ଶେଷ ପରେ ବିଧାୟକ ମହମ୍ମଦ ମୋକିମଙ୍କ ପ୍ରତିକ୍ରିୟା, ରାଜ୍ୟର ସ୍ଵାର୍ଥ ସମ୍ବଳିତ ପ୍ରସଙ୍ଗ ଜୋରଦାର ଉଠେଇବ କଂଗ୍ରେସ। ମରୁଡି ,ଷ୍ଟାଫ ସିଲେକ୍ସନ ଦୁର୍ନୀତି ,ଚାଷୀ ସମସ୍ୟା, କେନ୍ଦ୍ରୀୟ ଅବହେଳା, ମାହାଙ୍ଗା ଡବଲ ମର୍ଡରରେ ଆଇନ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମ୍ପୃକ୍ତି,ଦରଦାମ ବୃଦ୍ଧି ପ୍ରସଙ୍ଗରେ ବିଧାନସଭାରେ ରାଜ୍ୟ ସରକାରଙ୍କୁ ଘେରିବ କଂଗ୍ରେସ । ଆଜିର ଏହି କଂଗ୍ରେସ ବିଧାୟକ ଦଳ ବୈଠକରେ ପ୍ରଭାରୀ ଚେଲ୍ଲା କୁମାର ସହ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଯୋଗଦେଇଥିଲେ । ଏହା ସହ ସମସ୍ତ ବିଧାୟକ ସାମିଲ ହୋଇଥିଲେ ।

ସୂଚନାଥାଉକି ସେପ୍ଟେମ୍ବର ୧ ରୁ ଆରମ୍ଭ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ । ଏହି ସ୍ବଳ୍ପକାଳୀନ ଅଧିବେଶନରେ ବିରୋଧୀ କଂଗ୍ରେସ ରାଜ୍ୟବାସୀଙ୍କ ଦାବି ଉପସ୍ଥାପନା କରିବା ସହ ସରକାରୀ ଦଳକୁ ଘେରିବା ପାଇଁ ଏଜେଣ୍ଡା ପ୍ରସ୍ତୁତ କରିଛି।

ଭୁବନେଶ୍ବରରୁ ସଞ୍ଜୀବ ରାୟ, ଇଟିଭି ଭାରତ

ABOUT THE AUTHOR

...view details