ଭୁବନେଶ୍ବର: ଆଜି ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ ତମ ଶ୍ରାଦ୍ଧବାର୍ଷିକୀ । ସେ ଏକା ଧାରାରେ ଜଣେ ସ୍ବାଧିନତା ସଂଗ୍ରାମୀ, କବି ଓ ଲେଖକ ଥିଲେ । ଲୋକମାନଙ୍କ ସେବାରେ ଜୀବନକୁ ଉତ୍ସର୍ଗିକୃତ କରିଥିବା ସେହି ମହାନ ଆତ୍ମାଙ୍କର ଆଜି ଶ୍ରାଦ୍ଧବାର୍ଷିକୀ । ଏନେଇ ଆଜି ରାଜ୍ୟ କଂଗ୍ରେସ ତରଫରୁ ଭୁବନେଶ୍ବର ଗୋପବନ୍ଧୁ ଛକରେ ଥିବା ଗୋପବନ୍ଧୁ ମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଛି ।
ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ ତମ ଶ୍ରାଦ୍ଧବାର୍ଷିକୀ ପାଳିଲା କଂଗ୍ରେସ
ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୩ ତମ ଶ୍ରାଦ୍ଧବାର୍ଷିକୀରେ ପୁଷ୍ପମାଲ୍ୟ ଅର୍ପଣ ରାଜ୍ୟ କଂଗ୍ରେସ । ଅଧିକ ପଢନ୍ତୁ...
ପଣ୍ଡିତ ଗୋପାବନ୍ଧୁ ଦାସଙ୍କ ୯୩ ତମ ଶ୍ରାଦ୍ଧବାର୍ଷିକୀ ପାଳିଲା ରାଜ୍ୟ କଂଗ୍ରେସ
ପରେ ପରେ କଂଗ୍ରେସ କାର୍ଯ୍ୟାଳୟଠାରେ ଥିବା ମୂର୍ତ୍ତିରେ ମଧ୍ୟ ପୁଷ୍ପମାଲ୍ୟ ଅର୍ପଣ କରାଯାଇ ଗୋପବନ୍ଧୁଙ୍କ ସ୍ମୃତି ଚାରଣ କରାଯାଇଛି । ସେବା ହିଁ ସାଥି ହୋଇଥିବା ବେଳେ ଯୁବପିଢିଙ୍କୁ ତାଙ୍କ ପଥ ଅନୁସରଣ ପାଇଁ ଆହ୍ବାନ ଦେଇଥିଲେ ପିସିସି ସଭାପତି । ଏହି ଅଵସରରେ କଂଗ୍ରେସର PCC ସଭାପତି, ବିଧାୟକ ସୁର ରାଉତରାୟଙ୍କ ସମେତ ସମସ୍ତେ କଂଗ୍ରେସ କର୍ମୀ ମାନେ ଉପସ୍ଥିତ ଥିଲେ।
ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ