ଓଡିଶା

odisha

ପେଗାସସକୁ ବିରୋଧ କରି ମୋଦି ଓ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କଲା ଜିଲ୍ଲା କଂଗ୍ରେସ

By

Published : Jul 26, 2021, 6:08 PM IST

ପେଗାସସ ମାମଲାକୁ ନେଇ ମୋଦି ଓ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ । ଏହା ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଯାହା ରାଷ୍ଟ୍ରଦ୍ରୋହ କାମ ବୋଲି ପିସିସି ସଭାପତି କହିଛନ୍ତି । ଅଧିକ ପଢନ୍ତୁ...

Congress burnt effigy of modi and saha in bhubaneswar
ପେଗାସସକୁ ବିରୋଧ କରି ମୋଦି ଓ ଅମିତ ଶାହଙ୍କ କୁଶପୁତ୍ତଲିକା ଦାହ

ଭୁବନେଶ୍ବର:ପେଗାସସ ମାମଲାକୁ ନେଇ ମୋଦି ଓ ଅମିତ ଶାହଙ୍କ କୁଶପୁତ୍ତଳିକା ଦାହ କଲା ଭୁବନେଶ୍ବର ଜିଲ୍ଲା କଂଗ୍ରେସ । ଦେଶରେ ମୋଦି ଓ ଶାହ ଗୁପ୍ତଚର ସଂସ୍ଥା ଲଗାଇ ତଥ୍ୟ ଚୋରି କରୁଛନ୍ତି ବୋଲି କଂଗ୍ରେସ କହିଛି । ଏହା ଲୋକଙ୍କ ମୌଳିକ ଅଧିକାରକୁ କ୍ଷୁଣ୍ଣ କରୁଛି ଏହା ରାଷ୍ଟ୍ରଦ୍ରୋହ ମାମଲା ବୋଲି ପିସିସି ସଭାପତି କହିଛନ୍ତି ।

ପେଗାସସକୁ ବିରୋଧ କରି ମୋଦି ଓ ଅମିତ ଶାହଙ୍କ କୁଶପୁତ୍ତଲିକା ଦାହ

ନିକଟ ଅତୀତରେ ଭାରତରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ପେଗାସସ ମାମଲା। ଏହାକୁ ବ୍ୟବହାର କରି ଦେଶର ଏକାଧିକ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ମୋବାଇଲ ଟ୍ୟାପ ହେଉଛି। ଯାହାକୁ କେନ୍ଦ୍ର ସରକାର ପକ୍ଷ୍ୟରୁ ଅସ୍ୱୀକାର କରାଯାଇଛି। ମାତ୍ର ବିରୋଧୀଙ୍କ ପକ୍ଷରୁ ଏହାକୁ ବିରୋଧ କରି ଗୃହମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି। ଏହାକୁ ଭିତ୍ତି କରି ଭୁବନେଶ୍ବର ଜିଲ୍ଲା କଂଗ୍ରେସ ପକ୍ଷ୍ୟରୁ ପ୍ରତିବାଦ କରି ପ୍ରଧାନମନ୍ତ୍ରୀ ମୋଦି ଓ ଗୃହମନ୍ତ୍ରୀ ଅମିତ୍ ଶାହଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। ଏପରି ଘୃଣ୍ୟ କାମ ନକରିବା ପାଇଁ ଚେତାବନୀ ଦେବା ସହ ସୁପ୍ରିମକୋର୍ଟ ଦ୍ବାରା ଗଠିତ କମିଟି ଏହାର ତଦନ୍ତ କରିବାକୁ ଦାବି କରିଛି ଜିଲ୍ଲା କଂଗ୍ରେସ।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କେନ୍ଦ୍ରରେ ବିଜେପି ସରକାର ଚଞ୍ଚକତା ପୂର୍ଣ୍ଣ ଭାବେ Pegasus spyware App ମାଧ୍ୟମରେ ଦେଶର ଅନେକ ସାମ୍ବାଦିକ, ମନ୍ତ୍ରୀ, ସଂସଦ, ଉଦ୍ୟୋଗପତି ଓ ରାଜନେତା ମାନଙ୍କ ଫୋନ ଟ୍ୟାପିଂ ଏବଂ whatsapp ହ୍ୟାକ କରିଛି। କେନ୍ଦ୍ର ସରକାରଙ୍କ ଏହା ଏକ ଅଗଣତାନ୍ତ୍ରିକ କୁତ୍ସିତ କାର୍ଯ୍ୟ ଆମର ମୌଳିକ ନ୍ୟାୟିକ ଅଧିକାରକୁ କ୍ଷୁଣ୍ଣ କରିଛି ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି।

ଭୁବନେଶ୍ବରରୁ ସଞ୍ଜୀବ ରାୟ,ଇଟିଭି ଭାରତ

ABOUT THE AUTHOR

...view details