ଓଡିଶା

odisha

Dhamnagar Battle: ପ୍ରଥମ ଥର ପାଇଁ ଧାମନଗରରୁ ପ୍ରାର୍ଥୀ ଦେଲା କଂଗ୍ରେସ

By

Published : Oct 13, 2022, 8:54 AM IST

ପ୍ରଥମ ଥର ପାଇଁ ଧାମନଗରରୁ ପ୍ରାର୍ଥୀ ଦେଲା କଂଗ୍ରେସ । ଉପନିର୍ବାଚନକୁ ନେଇ ସରଗରମ ରାଜନୀତି । ଅଧିକ ପଢନ୍ତୁ

Dhamnagar Battle: ପ୍ରଥମ ଥର ପାଇଁ ଧାମନଗରରୁ ପ୍ରାର୍ଥୀ ଦେଲା କଂଗ୍ରେସ
Dhamnagar Battle: ପ୍ରଥମ ଥର ପାଇଁ ଧାମନଗରରୁ ପ୍ରାର୍ଥୀ ଦେଲା କଂଗ୍ରେସ

ଭୁବନେଶ୍ବର: ପାଖଉଛି ଧାମନଗର ଉପନିର୍ବାଚନ(Dhamnagar by-election) ତାରିଖ । ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ତ୍ରିମୁଖୀ ଲଢେଇ ପାଇଁ ସରଗରମ ହେଉଛି ରାଜନୀତି । ଏହାରି ଭିତରେ ଗତକାଲି(ବୁଧବାର) ଉଭୟ କଂଗ୍ରେସ ଓ ବିଜେଡି ନିଜ ପ୍ରାର୍ଥୀ ଘୋଷଣା କରିଛି । ତେବେ ପ୍ରଥମ ଥର ପାଇଁ ଧାମନଗରବାସୀଙ୍କୁ ଟିକେଟ ଦେଇଛି କଂଗ୍ରେସ । ଉପନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ବାବା ହରେକୃଷ୍ଣ ସେଠୀ(Baba Harekrushna Sethi)ଙ୍କୁ ପ୍ରାର୍ଥୀ କରାଯାଇଛି । ସ୍ବାଧୀନତା ପରଠୁ ଏ ପର୍ଯ୍ୟନ୍ତ ଯେତେ ନିର୍ବାଚନ ହେଇଛି କୌଣସି ଦଳ ଧାମନଗର ବାସିନ୍ଦାଙ୍କୁ ଟିକେଟ ଦେଇନଥିଲେ । ପ୍ରଥମ ଥର ଲାଗି ଧାମନଗରର ପ୍ରକୃତ ବାସିନ୍ଦାଙ୍କୁ ଟିକେଟ ଦେଇ ଇତିହାସ ରଚିଛି କଂଗ୍ରେସ ।

Dhamnagar Battle: ପ୍ରଥମ ଥର ପାଇଁ ଧାମନଗରରୁ ପ୍ରାର୍ଥୀ ଦେଲା କଂଗ୍ରେସ

୪୬ ବର୍ଷୀୟ ହରେକୃଷ୍ଣ ସେଠୀଙ୍କ ଶିକ୍ଷାଗତ ଯୋଗ୍ୟତା ବିଏ.ଏଲ.ଏଲ ବି । ପେସାରେ ସେ ଜଣେ ଓକିଲ । ତାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି । ହରେକୃଷ୍ଣ ସେଠୀ କଂଗ୍ରେସ ଦଳରେ ବିଭିନ୍ନ ପଦପଦବୀରେ ରହି କାର୍ଯ୍ୟ କରୁଛନ୍ତି । ବର୍ତ୍ତମାନ ସେ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଂଗଠନର ଧାମନଗର ବ୍ଲକ ସଂଯୋଜକ ଭାବେ ଦାୟିତ୍ବ ତୁଲାଉଛନ୍ତି । ଧାମନଗର ବ୍ଲକର ଏସ.ସି ସେଲ(କଂଗ୍ରେସ)ର ସଭାପତି ଭାବେ କାର୍ଯ୍ୟ ମଧ୍ୟ କରୁଛନ୍ତି । ଗତ ପୌର ନିର୍ବାଚନରେ ତାଙ୍କ ପତ୍ନୀ(ପ୍ରମିଳା ସେଠୀ) ଧାମନଗର ଏନଏସିର ଅଧକ୍ଷା ପାଇଁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ ।

ଏହାମଧ୍ୟ ପଢନ୍ତୁ:Dhamnagar By-elections: ପ୍ରାର୍ଥୀ ଘୋଷଣା କଲା କଂଗ୍ରେସ

ବିଜେପି ଦିବଙ୍ଗତ ବିଧାୟକଙ୍କ ପୁଅ ସୂର୍ଯ୍ୟବଂଶୀ ସୁରଜଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିହିଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ଅବନ୍ତୀ ସେଠୀଙ୍କ ନାମ ଘୋଷଣା କରିଛନ୍ତି । କଂଗ୍ରେସ ବାବା ହରେକୃଷ୍ଣଙ୍କୁ ନିର୍ବାଚନରେ ନିଜର ସମ୍ମାନ ଫେରିପାଇବାକୁ ଲକ୍ଷ୍ୟ ରଖିଛି । ଦଳୀୟ ନେତା ମଧ୍ୟ ତାଙ୍କର ବିଜୟଙ୍କ ନେଇ ଦମ୍ଭୋକ୍ତି ପ୍ରକାଶ କରିଛନ୍ତି ।



ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details