ଓଡିଶା

odisha

ETV Bharat / city

ଗାନ୍ଧୀଙ୍କ ହତ୍ୟାକୁ ନେଇ କମ୍ପିଲା ବିଧାନସଭା

ଗାନ୍ଧୀଜୀଙ୍କ ହତ୍ୟାକୁ ନେଇ ପୁଣି ବିଜେପି-କଂଗ୍ରେସ ଗୃହରେ ପରସ୍ପର ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି । ବିଜେପି ନାଥୁରାମଙ୍କ ଆଦର୍ଶରେ ଚାଲୁଛି ବୋଲି କଂଗ୍ରେସ ନେତା ନରସିଂହ ମିଶ୍ର କହିଥିବା ବେଳେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ କହିଛନ୍ତି କାହାକୁ ଆଙ୍ଗୁଠି ଦେଖାଇବା ପୂର୍ବରୁ ନିଜକୁ ଦେଖନ୍ତୁ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

By

Published : Jul 29, 2019, 5:22 PM IST

ଭୁବନେଶ୍ବର: ଗୃହରେ ସୋମବାର ଆଲୋଚନାର ମୁଖ୍ୟ ପ୍ରସଙ୍ଗ ଥିଲା ଜାତିର ପିତା ମହାତ୍ମା ଗାନ୍ଧୀଙ୍କ 150ତମ ଜନ୍ମ ଜୟନ୍ତୀ କିପରି ପାଳନ କରାଯିବ। ସରକାରଙ୍କ ପ୍ରସ୍ତୁତିକୁ ନେଇ ଆଲୋଚନା ହେବା କଥା ହେଲେ ପ୍ରସଙ୍ଗ ବଦଳିଗଲା। ବାପୁଜୀଙ୍କ ହତ୍ୟାକାରୀ କିଏ ତାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିଲେ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ ନେଇ ବିଧାନସଭା ଶୁନ୍ୟ କାଳରେ ସରଗରମ ଆଲୋଚନା ହୋଇଥିଲା। ସରକାର ଦୁଇବର୍ଷ ଧରି ଏହାକୁ ପାଳନ କରିବାକୁ ନିଷ୍ପତ୍ତି ନେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ ହୋଇ ଗୋଟିଏ ବୈଠକ ମଧ୍ୟ ବସିଥିଲା। ତାହାପରେ ସରକାର ଏକଥା ପୁରା ଭୁଲି ଯାଇଛନ୍ତି। ଅନେକ ପ୍ରସ୍ତାବ ବୈଠକରେ ଦିଆଯାଇଥିଲା। ଏହାକୁ ନେଇ ଗୃହରେ ଉଦବେଗ ପ୍ରକାଶ କରିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର।

ଏହି ପ୍ରସଙ୍ଗ ନେଇ କହିବା ବେଳେ କେନ୍ଦ୍ର ସରକାରଙ୍କୁ ଆକ୍ଷେପ କରିଥିଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର। କେନ୍ଦ୍ର ସରକାର ନାଥୁରାମ ଗଡସେଙ୍କ ନୀତି ଆଦର୍ଶରେ ପରିଚାଳିତ ବୋଲି କହିଥିଲେ ନରସିଂହ। ଏହାକୁ ଗୃହରେ ବିରୋଧ କରିଛନ୍ତି ବିଜେପି ବିଧାୟକ। ଆରଏସଏସ ସହ ନଥୁରାମ ଗଡସେଙ୍କ ସହ କୌଣସି ସମ୍ପର୍କ ନାହିଁ। ସୁପ୍ରିମକୋର୍ଟ ଏନେଇ ରାୟ ଦେଇ ସାରିଛନ୍ତି।
ଆରଏସଏସର ନୀତି ଆଦର୍ଶ ହେଉଛି ବିଜେପିର ମୂଳପିଣ୍ଡ। ବିଜେପି ବିଧାୟକ ବିଷ୍ଣୁ ଚରଣ ସେଠୀ ଏନେଇ ବିବୃତ୍ତି ରଖିଥିଲେ। କେଉଁ ବଡ଼ ପଣ୍ଡାମାନେ ପାକିସ୍ତାନରେ ବସି ଭାରତ ବିରୋଧରେ ଷଡ଼ଯନ୍ତ୍ର କରୁଛନ୍ତି । କାହାକୁ ଆଙ୍ଗୁଠି ଦେଖାଇବା ପୂର୍ବରୁ ନିଜକୁ ଦେଖନ୍ତୁ, ତେରେଛା ବାଣ ମାରି ଆମକୁ କ୍ଷୁବ୍ଧ କରନ୍ତୁ ନାହିଁ ବୋଲି କହିଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ପୂର୍ଣ୍ଣାଙ୍ଗ ଆଲୋଚନା ହେଉ, ଆମେ ସାମ୍ନାକୁ କରିବାକୁ ପ୍ରସ୍ତୁତ ଅଛୁ ବୋଲି ସେ ମତ ଦେଇଛନ୍ତି । ଏହି ପ୍ରସଙ୍ଗକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଛନ୍ତି ।

ଅକ୍ଟୋବର ୨ରେ ପାଳିତ ହେବ ମହାତ୍ମା ଗାନ୍ଧୀଙ୍କ150 ତମ ଜନ୍ମ ଜୟନ୍ତୀ । ସେହି ଦିନଠୁ ନିଶା ନିବାରଣ ଆଇନ କଡାକଡି କରିବା ପାଇଁ ବିଜେପି ନେତା ମୋହନ ମାଝୀ ପ୍ରସ୍ତାବ ଦେଇଛନ୍ତି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details