ଓଡିଶା

odisha

ETV Bharat / city

ବିଜେଡିର ମିଶ୍ରଣ ପର୍ବ, ବିଜେପି-କଂଗ୍ରେସ କର୍ମୀଙ୍କ ସହ ନେତା ସାମିଲ - ବିଜେଡିର ମିଶ୍ରଣ ପର୍ବ

ବିଜୁ ଜନତା ଦଳରେ ସାମିଲ ହେଲେ କେନ୍ଦୁଝର ଜିଲ୍ଲାର ସଂଖ୍ୟାଧିକ ବିଜେପି ଓ କଂଗ୍ରେସ ଦଳର ନେତା ଓ କର୍ମୀ। ଏହି ଉପଲକ୍ଷେ ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଅଧିକ ପଢନ୍ତୁ

ବିଜେଡିର ମିଶ୍ରଣ ପର୍ବ : ବିଜେପି-କଂଗ୍ରେସ କର୍ମୀ ସହ ନେତା ହେଲେ ସାମିଲ
ବିଜେଡିର ମିଶ୍ରଣ ପର୍ବ : ବିଜେପି-କଂଗ୍ରେସ କର୍ମୀ ସହ ନେତା ହେଲେ ସାମିଲ

By

Published : Feb 5, 2022, 9:18 PM IST

ଭୁବନେଶ୍ବର:ବିଜୁ ଜନତା ଦଳରେ ସାମିଲ ହେଲେ କେନ୍ଦୁଝର ଜିଲ୍ଲାର ସଂଖ୍ୟାଧିକ ବିଜେପି ଓ କଂଗ୍ରେସ ଦଳର ନେତା ଓ କର୍ମୀ। ଏହି ଉପଲକ୍ଷେ ଭୁବନେଶ୍ବର ସ୍ଥିତ ରାଜ୍ୟ ବିଜୁ ଯୁବ ଜନତା ଦଳ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବର ଆୟୋଜନ କରାଯାଇଥିଲା। ଏଥିରେ ବିଜୁ ଜନତା ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଓ ପୂର୍ବତନ ମନ୍ତ୍ରୀ ତଥା ଘଷିପୁରା ବିଧାୟକ ବଦ୍ରିନାରାୟଣ ପାତ୍ର ଉପସ୍ଥିତ ଥିଲେ।

ବିଜେଡିର ମିଶ୍ରଣ ପର୍ବ : ବିଜେପି-କଂଗ୍ରେସ କର୍ମୀ ସହ ନେତା ହେଲେ ସାମିଲ

ଏହାବି ପଢନ୍ତୁ :ଲ୍ୟାଣ୍ଡମାଇନ ବିସ୍ଫୋରଣରେ ସାମ୍ବାଦିକ ମୃତ, 13 ଲକ୍ଷର ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ବିଜେପି ଓ କଂଗ୍ରେସ କର୍ମୀଙ୍କ ଯୋଗଦାନ ବିଜେଡିକୁ ଅଧିକ ସଶକ୍ତ କରିବ । ଏହାସହ ଦଳ ଅଧିକ ଲୋକାଭିମୁଖୀ ହେବ ବୋଲି କହିଛନ୍ତି ପ୍ରଣବ ପ୍ରକାଶ ଦାସ। ବିଜେଡ଼ିରେ ସାମିଲ ହୋଇଥିବା ନେତାମାନେ ମଧ୍ୟ ଦଳର ସଂଗଠନକୁ ମଜଭୁତ କରିବେ ବୋଲି କହିଛନ୍ତି।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details